Tuesday, October 6, 2026
23.8 C
Odisha

    ଆଜି ଛେନାପୋଡ଼ ଦିବସ

    ଆଗକୁ ପଢନ୍ତୁ

    ଛେନାପୋଡ… ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଛେନାପୋଡ ପ୍ରତ୍ୟେକ ଓଡିଆଙ୍କର ଭାରି ପସନ୍ଦ। ପିଲାଠାରୁ ବୁଢା ସମସ୍ତେ ପସନ୍ଦ କରନ୍ତି ଏହି ମିଠାକୁ। ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ବାଦ ସେତେ ବଢିଥାଏ । ବିଶ୍ବ ଦରବାରରେ ଏହି ମିଠା ସ୍ବତନ୍ତ୍ର ପରିଚୟ ହାସଲ କରିଛି । ଓଡିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ । ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।

    ଏହା ହେଉଛି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା । ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‌‌ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ।

    ୧୯୪୫ ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ କଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା । ମାତ୍ର ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ ରହିଛି।

    ସେହିପରି ଏହି ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛେନାପୋଡ଼ ଦିବସରେ’ x’ ରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ‘ଛେନାପୋଡ଼’ ଏକ ଆବେଗ, ପ୍ରତିଟି ଓଡ଼ିଆଙ୍କ ଏହା ପ୍ରତି ରହିଛି ଅହେତୁକ ଆଦର। ଆସନ୍ତୁ ଓଡ଼ିଶାର ପାରମ୍ପରିକ ମିଠା ‘ଛେନାପୋଡ଼’କୁ ଆହୁରି ଲୋକାଦୃତ କରିବା, ସମସ୍ତେ ମିଶି ଖୁସିରେ ‘ଛେନାପୋଡ଼ ଦିବସ’ ପାଳିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ