Wednesday, April 8, 2026
22.9 C
Odisha

    ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତିର ଖୋଲୁଛି ଗୁମର, ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କେବେ ଧରାପଡିବ ମାଷ୍ଟରମାଇଣ୍ଡ ? ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଅଫିସରୁ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ଅନେକ ଡିଜିଟାଲ ପ୍ରମାଣ ସଂଗ୍ରହ କରି କିଛି ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର, ଭୁବନେଶ୍ବର ଓ ଦିଲ୍ଲୀରେ ଶଙ୍କରକୁ ଖୋଜୁଛି ଟିମ୍ । ପୋଲିସ ଏସଆଇ କେଳେଙ୍କାରୀ ପରେ ଶଙ୍କର ଓ ଦଲାଲ ମୁନା ଫେରାର ଅଛନ୍ତି ।

    ସେପଟେ ସିଲିକନ୍ ର ସିଇଓ ସୁରେନ୍ଦ୍ର ନାୟକଙ୍କୁ ଜେରା କରି ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ସିଲିକନ୍ ଠାରୁ ପ୍ରଶ୍ନପତ୍ର ପ୍ରସ୍ତୁତ ଦାୟିତ୍ବ ଶଙ୍କରର ପଞ୍ଚସଫ୍ଟ ନେଇଥିଲା । ବିଭିନ୍ନ ସ୍ଥାନରୁ ଆଶାୟୀ ପରୀକ୍ଷାର୍ଥୀ ଯୋଗାଡ କରି ଟ୍ରେନିଂ ବାହାନାରେ ମୋଟା ଅଙ୍କ ଆଦାୟ କରୁଥିଲା । ଏହାସହ ଗିରଫ ବିଶ୍ଵ ରଞ୍ଜନ ଠାରୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଅନେକ ତଥ୍ୟ ପାଇଛି । ଶଙ୍କରକୁ ଖୋଜିବାକୁ ଏକାଧିକ ଟିମ୍ ଲାଗିଛି । ପୋଲିସ ଏସଆଇ ପରୀକ୍ଷା ନିଯୁକ୍ତ ଜାଲିଆତିରେ ଗିରଫଦାରୀ ସଂଖ୍ୟା ୧୨୦ରେ ପହଂଚିଛି । ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ