Wednesday, October 14, 2026
24.1 C
Odisha

    ବର୍ଷାରେ ବେହାଲ ବିହାର: ଦୁଇ ଦିନରେ ୧୦ ମୃତ, ମେଡିକାଲରେ ପଶିଲାଣି ବର୍ଷା ଜଳ

    ଆଗକୁ ପଢନ୍ତୁ

    ବିହାର : ବର୍ଷାର ପ୍ରକୋପରେ ଗଲାଣି ୧୦ ଜୀବନ । ପ୍ରଥମେ ବେଙ୍ଗାଲୁରୁ ଆଉ ଏବେ ବିହାରରେ ତାଣ୍ଡବ ରଚିଛି ବର୍ଷା । ରାସ୍ତା ଉପରେ ବର୍ଷା ପାଣିର ସୁଅ ଛୁଟୁଛି । ବିହାର ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି ବର୍ଷା । ଲଗାଣ ବର୍ଷାରେ ରାଜ୍ୟରେ ପରିସ୍ତିତ ସଙ୍କଟାପନ୍ନ ହୋଇଛି । ବର୍ଷା ଜନିତ କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମାତ୍ର ୪୮ ଘଣ୍ଟା ଭିତରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

    ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆସନ୍ତା କିଛଇ ଦିନ ପାଇଁ ଲାଗି ରହିବ ।ଏଣୁ ପାଣିପାଗ କେନ୍ଦ୍ର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ।ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟିର ରିପୋର୍ଟ ମୁତାବକ ପାଖପାଖି ୧୧ ଜଣ ଲୋକ ଘଡଘଡିରେ ମୃତ୍ୟୁବରଣ କରିଛନ୍ତି । ବୈଶାଳି,ରୋହତାଶ ଭଳି ୮ରୁ ଅଧିକ ଜାଗାରେ ବର୍ଷା ତାର ପ୍ରକୋପ ଦେଖାଯାଉଛି । ଏପରିକି ଅନ୍ୟ ୧୩ଜଣ ଲୋକ ବିଜୁଳି, ଘଡଘଡି ପ୍ରଭାବରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ମେଡିକାଲ କଥା ନକହିବା ଭଲ । ପ୍ରବଳ ବର୍ଷାରେ ଡ୍ରେନଗୁଡିକରେ ପାଣି ଫୁଲ ଥିବାରୁ ବର୍ଷା ପାଣି ରାସ୍ତା ଉପର ଦେଇ ବୋହୁଛି । ଏହାରି ଭିତରେ ପରିସ୍ଥିତିର ଗମ୍ଭୀରତା ବଢାଇ ଦେଇଛି ମେଡିକାଲର ଅବସ୍ଥା । ଅନେକ ଜିଲ୍ଲା ମେଡିକାଲରେ ବର୍ଷା ଜଳ ପଶିଯାଇଛି । ରୋଗୀଙ୍କ ବେଡ ତଳେ ଆଣ୍ଠୁଏ ଲେଖା ପାଣିର ସୁଅ ଛୁଟୁଛି ।

    ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଦିନରେ ଆଉ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଥିବାରୁ ଏବେ ବର୍ଷାରୁ ନିସ୍ତାର ନାହିଁ । ସୂଚନାଯୋଗ୍ୟ ଯେ ଗୋପାଳଗଞ୍ଜ ସଦର ମେଡିକାଲରେ ଥିବା ଜରୁରୀକାଳିନ ଓାର୍ଡରେ ପାଣି ପଶିଯାଇଛି । ମେଡିକାଲରେ ଥିବା ଔଷଧ ଗୁଡିକ ପାଣିରେ ବୁଡି ରହିଛି , ଅନେକ ଗୁରୁତ୍ୱପୂର୍ଣ୍ଣ ମେସିନ ସବୁ ପାଣି ଭିତରେ ରହି ନଷ୍ଟ ହେବାକୁ ବସିଲାଣି, ଅନ୍ୟପଟେ ରୋଗୀଙ୍କ ଠାରେ ଇନଫେକ୍ସନ ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

    କିଛି ସ୍ଥାନରେ ଅବସ୍ଥା ଅତି ଖରାପ ହେବାରୁ ଏସଡିଆରଏଫ ଦଳକୁ ନିୟୋଜିତ କରାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ