Monday, November 10, 2025
25.9 C
Odisha

    ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା, ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  : ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର JMFC ଗ୍ରାମୀଣ କୋର୍ଟରେ ଆବେଦନ କରିଛନ୍ତି । ଆଜି ତାହାର ଶୁଣାଣି ଅଛି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ ଲାବ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକର ପଲିଗ୍ରାଫ୍ ଟେଷ୍ଟ କରିବ କ୍ରାଇମ୍ ବ୍ରାଞ୍ଚ୍। କୋର୍ଟଙ୍କ ଅନୁମତି ପରେ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଷ୍ଟେଟ୍ ଫରେନସିକ୍ ଲାବର ପଲି ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ଶଙ୍କର ସମେତ ୫ ଜଣଙ୍କୁ ଜେରା କରିବା ପାଇଁ ରିମାଣ୍ଡ ରେ ନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    31 %
    2.5kmh
    0 %
    Mon
    25 °
    Tue
    26 °
    Wed
    25 °
    Thu
    25 °
    Fri
    25 °

    ସମ୍ବନ୍ଧିତ