Thursday, October 2, 2025
25.9 C
Odisha

    ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ, ୨ ଦଲାଲ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀ , ୨ ଦଲାଲ ଗିରଫ । ପଚରାଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା ।

    ସୂଚନା ଅନୁସାରେ ରାଜ୍ୟରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ କରାଯାଇଛି । ଆସନ୍ତା ଅକ୍ଟୋବର ୫ ଓ ୬ ତାରିଖରେ ହୋଇଥାନ୍ତା ଏସଆଇ ପରୀକ୍ଷା । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ । ତେବେ ଲାଞ୍ଚ କାରବାର ଓ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପରୀକ୍ଷା ସ୍ଥଗିତ ଘୋଷଣା ହୋଇଛି ।

    ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରାଗଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଏହି ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ 9040493223 ନମ୍ବରରେ ଜଣାଇବା ପାଇଁ ଓପିଆରବି ନିବେଦନ କରିଥିଲା । ହେଲେ କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ