Thursday, September 19, 2024
23 C
Odisha

    ପ୍ରତିଦିନ କିସମିସ ଖାଇଲେ ମିଳିଥାଏ ଏହି ଫାଇଦା

    ଆଗକୁ ପଢନ୍ତୁ

     

    ଯଦି ଆପଣ ପ୍ରତିଦିନ ସକାଳୁ ଖାଲିପେଟରେ କିଛି ଭିଜା କିସମିସ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଗୁଡିଏ ଫାଇଦା ଦେଇଥାଏ । ରାତିରେ ଶୋଇବା ପୂର୍ବରୁ ପାଣିରେ ୧୦ ରୁ ୧୨ ଟି କିସମିସ କୁ ଭିଜେଇ ସକାଳୁ ଖାଲି ପେଟ ରେ ତାକୁ ଖାଇବା ଦ୍ୱାରା ସ୍ଵାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।

    * ଖାଦ୍ୟକୁ ହଜମ କରିବାରେ ସହାୟକ ହୁଏ : କିସମିସ ରେ ପ୍ରଚୁର ପରିମାଣରେ ସଲ୍ୟୁବୁଲ ଫାଇବର ରହିଥିବାରୁ ଏହା ଖାଦ୍ୟକୁ ଠିକ ଭାବରେ ହଜମ କରିଥାଏ ଏବଂ ହଜମ ହୋଇନଥିବା ଖାଦ୍ୟ କୁ ଶରୀରରୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାଦ୍ଵାରା କୋଷ୍ଠ କାଠିନ୍ୟ ମଧ୍ୟ ଦୂର ହୋଇଥାଏ ।

    * ରକ୍ତ ପରିଷ୍କାର କରିଥାଏ : କିସମିସ ରେ ରହିଛି ଭରପୁର ଆଇରନ , ଭିଟାମିନ ସି ଏବଂ କପର ଯାହା ଶରୀରରେ ରକ୍ତ ତିଆରି କରିବାରେ ଓ ଏହାକୁ ସଫା ରଖିବାରେ ସହାୟକ ହୁଏ । ଏହାଫଳରେ ରକ୍ତହୀନତା ରୁ ରକ୍ଷା ମିଳିଥାଏ ।

    * ଏସିଡିଟି ସମସ୍ୟା ଦୂର କରିଥାଏ : ଏଥିରେ ଥିବା ପଟାସିୟମ ଓ ମାଗ୍ନେସିୟମ ଷ୍ଟମାକ ରେ ହେଉଥିବା ଏସିଡ ରିଫଲକ୍ସ କୁ କମ କରି ଏସିଡିଟି ଜନିତ ଯନ୍ତ୍ରଣାରୁ ଉପଶମ ଦେଇଥାଏ ।

    * ରୋଗ ପ୍ରତିରୋଧକ ଶକ୍ତି ବଢାଏ : କିସମିସ ରେ ଥିବା ଅଣ୍ଟିବାକ୍ଟେରିଆଲ ପ୍ରପର୍ଟିସ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିବା ସହ ଥଣ୍ଡା ଓ ଜ୍ଵରର ଆଶଙ୍କା କୁ କମ କରିଥାଏ ।

    * ଓଜନ ବଢାଇବାରେ ସହାୟକ ହୁଏ : ପ୍ରତିଦିନ କିସମିସ କୁ ସଠିକ ପରିମାଣରେ ଖାଇବା ଦ୍ଵାରା ଏହା ଶରୀରରେ ଖରାପ କଲେଷ୍ଟେରଳ କୁ କମ କରି ଏକ ହେଲଦି ୱେଟ ଦେବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାର ମାତ୍ରାଧିକ ସେବନ ଶରୀରରେ କ୍ଷତି ମଧ୍ୟ କରାଇ ପାରେ । ତେଣୁ ଏହାକୁ ଉଚିତ ମାତ୍ରା ରେ ଖାଇବା ନିହାତି ଜରୁରୀ ।

    ଅଙ୍ଗୁର କୁ ଶୁଖେଇ କିସ୍ମିସ ପ୍ରସ୍ତୁତ କରା ଯାଇଥାଏ । ଶୁଖିଯିବା ପରେ ଏହା ଅଙ୍ଗୁରଠାରୁ ଅଧିକ ମିଠା ଲାଗିଥାଏ । ଏହାକୁ ସମସ୍ତେ ଖାଇ ପାରିବେ,ମାତ୍ର ସୁଗାର କଣ୍ଟେନ ଅଧିକ ଥିବାରୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଅନୁଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ