ବର୍ତ୍ତମାନ ସମୟରେ ହେଲଦି ଏବଂ ଫିଟ ରହିବା ପାଇଁ ପ୍ରତିଦିନ କିଛି ନା କିଛି ନା ଫିଜିକାଲ ଆକ୍ଟିଭିଟି, ଯୋଗ ଓ ଆସନ କରିବା ବହୁତ ଜରୁରୀ । ଯାହାଫଳରେ ଆପଣ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ସବୁ ଆସନ ମଧ୍ୟରେ ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଅନେକ ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଏହି ଆସନ କିପରି କରିବେ ଜାଣିନଥାନ୍ତି । ତେବେ ଶବାସନର ସ୍ୱାସ୍ଥ୍ୟ ଲାଭ ବିଷୟରେ ଜାଣିବା ପୂର୍ବରୁ, ଆପଣଙ୍କୁ ଏହି ଆସନ ଅଭ୍ୟାସ କରିବାର ସଠିକ୍ ଉପାୟ ବିଷୟରେ ଜାଣିବା ଉଚିତ । ଶବାସନ ଅଭ୍ୟାସ କରିବା ପାଇଁ, ପ୍ରଥମେ ଯୋଗ ମ୍ୟାଟରେ ପିଠି ମାଡ଼ି ଶୋଇପଡ଼ନ୍ତୁ ଏବଂ ଆଖି ବନ୍ଦ କରନ୍ତୁ ଏବଂ ଉଭୟ ଗୋଡକୁ ଅଲଗା ରଖନ୍ତୁ । ଏହା ସହ ଆପଣଙ୍କ ପାଦର ଆଙ୍ଗୁଠିଗୁଡ଼ିକ ପାର୍ଶ୍ଵକୁ ବଙ୍କା ହେବା ଉଚିତ, ଉଭୟ ହାତ ଶରୀରଠାରୁ ଟିକିଏ ଦୂରତାରେ ରହିବା ଉଚିତ ଏବଂ ହାତ ଖୋଲା ଏବଂ ଉପର ଆଡ଼କୁ ମୁହଁ କରିବା ଉଚିତ । ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଆପଣଙ୍କ ଶରୀର ଏବଂ ନିଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ଏହି ଆସନରେ ପ୍ରାୟ ୧୦ ରୁ ୧୨ ମିନିଟ୍ ପର୍ଯ୍ୟନ୍ତ ଗଭୀର ନିଶ୍ୱାସ ନେବାକୁ ପଡିବ । ଏପରି କରିବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ ।
ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :
ଶବାସନ ଅଭ୍ୟାସ କରି, ଆପଣ ଶରୀରର ସମସ୍ତ କ୍ଳାନ୍ତି ଏବଂ ଦୁର୍ବଳତାକୁ ବହୁ ପରିମାଣରେ ଦୂର କରିପାରିବେ । ଯେଉଁମାନେ ନିୟମିତ ଭାବରେ ଶବାସନ କରନ୍ତି, ସେମାନଙ୍କ ଶରୀର ଆରାମଦାୟକ ଅନୁଭବ କରେ । ଶବାସନ କରି ଆପଣ ଆପଣଙ୍କର ଶକ୍ତି ସ୍ତର ମଧ୍ୟ ବୃଦ୍ଧି କରିପାରିବେ । ଯଦି ଆପଣଙ୍କର ରକ୍ତଚାପ ପ୍ରାୟତଃ ଉଚ୍ଚ ରହିଥାଏ, ତେବେ ଆପଣ ଶବାସନ ସାହାଯ୍ୟରେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।
ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା :
ଶବାସନ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ସକାରାତ୍ମକ ପ୍ରଭାବ ପକାଇପାରେ । ଯେଉଁମାନେ ନିୟମିତ ଭାବରେ ଶବାସନ ଅଭ୍ୟାସ କରନ୍ତି, ସେମାନେ ଚିନ୍ତା ଏବଂ ଅବସାଦ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ । ଶବାସନ କରି ଆପଣ ଆପଣଙ୍କ ମନକୁ ଆରାମ ଦେଇପାରିବେ । ଅନିଦ୍ରା ଦୂର କରିବା ପାଇଁ, ଆପଣ ଆପଣଙ୍କର ପ୍ରତିଦିନ କାର୍ଯ୍ୟରେ ଶବାସନକୁ ଅନ୍ତର୍ଭୁକ୍ତ କରିପାରିବେ ।
ସ୍ମୃତି ଶକ୍ତି ଏବଂ ଧ୍ୟାନ ବୃଦ୍ଧି କରନ୍ତୁ :
ନିୟମିତ ଭାବରେ ଶବାସନ ଅଭ୍ୟାସ କରି, ଆପଣ ଆପଣଙ୍କର ସ୍ମୃତିଶକ୍ତି ଏବଂ ଧ୍ୟାନକୁ ବହୁତ ପରିମାଣରେ ଉନ୍ନତ କରିପାରିବେ । ଏହା ବ୍ୟତୀତ ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଶବାସନ ମଧ୍ୟ ଅଭ୍ୟାସ କରାଯାଇପାରିବ । କୌଣସି ନିୟମ ନ ଭାଙ୍ଗି କେବଳ ଗୋଟିଏ ରୁ ଦୁଇ ସପ୍ତାହ ପାଇଁ ନିରନ୍ତର ଶବାସନ ଅଭ୍ୟାସ କରନ୍ତୁ ଏବଂ ନିଜେ ସକାରାତ୍ମକ ପ୍ରଭାବ ଦେଖନ୍ତୁ ।