Monday, March 17, 2025
37.1 C
Odisha

    ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ

    ଆଗକୁ ପଢନ୍ତୁ

    ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅସୁସ୍ଥ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହଠାତ୍ ଖରାପ ହେବାରୁ ତାଙ୍କୁ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୦ ଜୁଲାଇ ୨୦୨୪ରେ ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଥିଲେ । ଦେଶର ସମସ୍ତ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କୁ ନେଇ ଏମ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ବିବୃତି ଜାରି କରାଯାଇନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି ” ସେ କ୍ୟାବିନେଟର ଜଣେ ମୂଲ୍ୟବାନ ସହଯୋଗୀ । ଜଣେ ନେତା ଯିଏ ନିଜର ବୁଦ୍ଧି ପାଇଁ ବହୁତ ସମ୍ମାନିତ । କଠିନ ପରିଶ୍ରମ ଓ ସେବା ପ୍ରତି ପ୍ରତିବଦ୍ଧତା ବଳରେ ସେ ଜନଜୀବନରେ ଉନ୍ନତି ଲାଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    15 %
    2.1kmh
    0 %
    Mon
    40 °
    Tue
    39 °
    Wed
    41 °
    Thu
    40 °
    Fri
    34 °

    ସମ୍ବନ୍ଧିତ