Saturday, April 11, 2026
37.5 C
Odisha

    ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲ୍ଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଗତକାଲି ତାଲିକା ପ୍ରକାଶ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ରହିଛି। ବୌଦ୍ଧ ଜିଲ୍ଲା ଲାଗି ୮ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୭ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କନ୍ଧମାଳରେ ୮ ଉପସଭାପତି, ୨୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୦ ସମ୍ପାଦକ, ଦେବଗଡ଼ ଜିଲା ପାଇଁ ୪ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୮ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଗଜପତି ଜିଲ୍ଲାରେ ୧୩ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କେନ୍ଦୁଝର ଜିଲ୍ଲା ଲାଗି ୧୪ ଜଣ ଉପସଭାପତି, ୨୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୫ ଜଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଅନୁଗୋଳ ଜିଲ୍ଲାରେ ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୬ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମାଲକାନଗିରିରେ ୨ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୨ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। ଝାରସୁଗୁଡ଼ାରେ ୭ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ଜଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି। କଳାହାଣ୍ଡି ପାଇଁ ୯ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୧ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୋନପୁର ଲାଗି ୧୧ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୫ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ