Thursday, March 12, 2026
36.4 C
Odisha

    ପ୍ରଥମ ଥର ଓଡ଼ିଶା ଆସିବ ଚିତା ବାଘ

    ଆଗକୁ ପଢନ୍ତୁ

    ବାରଙ୍ଗ: ଚିତା ପାଇଁ ପ୍ରସ୍ତୁତି ପଥରେ ନନ୍ଦନକାନନ । ଓଡ଼ିଶାବାସୀ ଦେଖିବେ ଚିତା। ପ୍ରଥମ ଥର ପାଇଁ ଓଡ଼ିଶା ଆସିବ ଚିତା ବାଘ । ଆଫ୍ରିକାରୁ ନନ୍ଦନକାନନ ଆସିବେ ଚିତା ।  ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକ ଦେଖିବାକୁ ପାଇବେ ଚିତା ବାଘ । ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ମଜା ଉଠାଇ ପାରିବେ। ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ପ୍ରୋଜେକ୍ଟ ଚିତା ମାଧ୍ୟମରେ ପ୍ରଥମ ଥର ୨୦୨୨ ମସିହାରେ ଭାରତ ଆସିଥିଲା ଚିତା । ନାମିବିଆରୁ ପ୍ରଥମ ପର୍ଯ୍ୟାୟରେ ୮ ଟି ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା ।ଜାତୀୟ ଉଦ୍ୟାନ ଭାବରେ ଭାରତକୁ ପ୍ରଥମ ଥର ଚିତା ଆସିଥିଲା । ହେଲେ ଚିଡ଼ିଆଖାନା କ୍ଷେତ୍ରରେ ଓଡ଼ିଶା ତଥା ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପ୍ରଥମ ଥର ଚିତା ଆସିବାକୁ ଯାଉଛି । ନନ୍ଦନକାନନକୁ ଚିତା ଆସିବା ପାଇଁ କର୍ତ୍ତୁପକ୍ଷ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଥିପାଇଁ ଖୁଆଡ଼ ନିର୍ମାଣ ଚାଲିଛି । ମେ ମାସ ସୁଦ୍ଧା ଖୁଆଡ଼ ନିର୍ମାଣ କାମ ଶେଷ ହେବ । ଆଫ୍ରିକାରୁ ନନ୍ଦନକାନନ ଯାଏଁ କେମିତି ଅଣାଯିବ, ପହଞ୍ଚିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବ ଏକ ଘରୋଇ ସଂସ୍ଥା । .

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ