Thursday, February 26, 2026
31.4 C
Odisha

    ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି, ଇନଷ୍ଟାରେ ୧୦୦ ମିଲିୟନ ଫଲୋଅର୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ଇନଷ୍ଟାରେ ଯୋଗ ଦେଇଥିଲେ । ଗତ ୧୨ ବର୍ଷ ହେଲା ତାଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟ ବିଶ୍ୱରେ ଏକ ସବୁଠୁ ଏନଗେଜିଂ ଆକାଉଣ୍ଟ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ମୋଦିଙ୍କ ଦୁଇଗୁଣା ଅଧିକ ଫଲୋଅର୍ସ ଅଛନ୍ତି । ବିଶ୍ୱର ଟପ୍ ୫ ବଡ ନେତାଙ୍କ ଇନଷ୍ଟା ଫଲୋଅର୍ସଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ମୋଦିଙ୍କ ସମକକ୍ଷ ହୋଇପାରିବନି ।

    ଏହି ତାଲିକାରେ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ଫଲୋଅର୍ସ ହେଲେ ୪୩.୨ ମିଲିୟନ । ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଫଲୋଅର୍ସ ସଂଖ୍ୟା ୧୫ ମିଲିୟନ । ବ୍ରାଜିଲ ରାଷ୍ଟ୍ରପତିଙ୍କ ଫଲୋଅର୍ସ ସଂଖ୍ୟା ୧୪.୪ ମିଲିୟନ ହୋଇଥିବା ବେଳେ ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନ୍ ଙ୍କ ଫଲୋଅର୍ସ ସଂଖ୍ୟା ୧୧.୬ ମିଲିୟନ । ଏତତ୍ ବ୍ୟତୀତ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ମୋଟ୍ ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    13 %
    4.2kmh
    2 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ