Wednesday, April 8, 2026
22.9 C
Odisha

    ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଆବେଦନର ଶେଷ ତାରିଖ ମେ’ 31

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ 31। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା 36 ଲକ୍ଷ 81 ହଜାର ତାଲିକା ପହଞ୍ଚିଛି । ଯେଉଁମାନେ ପଞ୍ଚିକରଣ କରିନାହାନ୍ତି, ତୁରନ୍ତ କର ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ  କହିଛନ୍ତି। ତେବେ ମାସେ କି ଦୁଇ ମାସ ଭିତରେ ହିତାଧିକାରୀ ଚୟନ ସରିବ ।  ଦେଶରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଜର ଘର ତିଆରି କରିପାରୁ ନାହାନ୍ତି। ଏପରି ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି।

    ଆଗରୁ କେବଳ ଅଫଲାଇନରେ ଲୋକମାନେ କେବଳ ଆବେଦନ କରିପାରୁଥିବା ବେଳେ ଏବେ ନୂତନ ମୋବାଇଲ ଆପ୍‌ ଲଞ୍ଚ ହେବା ପରେ, ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍‌ରେ ମଧ୍ୟ ଆବେଦନ କରିପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ମୋବାଇଲ ଆପ୍‌ରେ ନାମ ’ଆବାସ ପ୍ଲସ 2024’। ଏହି ଆପ୍‌ ବ୍ୟବହାର କରି, ଆପଣ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣଙ୍କ ଘର ପାଇଁ ସହଜରେ ଆବେଦନ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ