Sunday, March 15, 2026
22.3 C
Odisha

    ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ନଷ୍ଟ କରିବାରେ ମୋଦୀ ପ୍ରଥମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସର୍ବଦା ଶାନ୍ତ ସ୍ଵଭାଵ ଭାବେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଠିନ ଶବ୍ଦରେ ନିଜ ଭାବ ବ୍ୟକ୍ତ କରିବା ସହିତ ବିଜେପି ନେତୃତ୍ବ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ପଦ ମର୍ଯ୍ୟାଦା ନଷ୍ଟ କରିବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି। ବିଗତ ଦିନରେ ଏବଂ ବିଶେଷକରି ନିର୍ବାଚନ ପ୍ରଚାର ଅଭିଯାନରେ ଜାତି, ଧର୍ମ ,ସଂପ୍ରଦାୟ ଭିତ୍ତିରେ ସେ ସମାଜକୁ ଯେଭଳି ଭାଗ ଭାଗ କରିବାକୁ ଉଦ୍ୟମ କରିଛନ୍ତି, ତାହା ପୂର୍ବରୁ କେବେ ବି ଦେଖାଯାଇ ନାହିଁ। ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏଭଳି ଘୃଣ୍ୟ କାର୍ଯ୍ୟ କରି ନିଜର ଗରିମା ନଷ୍ଟ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ପଞ୍ଜାବରେ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ମନମୋହନ ଏହା କହିଛନ୍ତି। ଶନିବାର(ଜୁନ୍‌ ୧) ଲୋକସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମତଦାନ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ସମେତ ଅନ୍ୟ ୭ ରାଜ୍ୟର ୫୭ଟି ଲୋକସଭା କ୍ଷେତ୍ର ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ପଞ୍ଜାବର ସମସ୍ତ ୧୩ ଆସନ ପାଇଁ ମତଦାନ କରାଯିବ। ତେବେ ପଞ୍ଜାବବାସୀ ସେମାନଙ୍କ ମତ ସାବ୍ୟସ୍ତ କରିବା ପୂର୍ବରୁ ମନମୋହନ ସିଂ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଏଭଳି କହିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ହୋଇଥÒବା ପ୍ରଚାର ଅଭିଯାନକୁ ସେ ପ୍ରଥମରୁ ଦେଖି ଆସିଛନ୍ତି। ବିଭିନ୍ନ ଦଳ ଭିନ୍ନ ଆଦର୍ଶ ଏବଂ ନୀତିକୁ ନେଇ ପରିଚାଳିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ ମତଭେଦ ରହିବା ସ୍ବାଭାବିକ କଥା। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ତାଙ୍କ ନିର୍ବାଚନୀ ପ୍ରଚାର ଅଭିଯାନରେ ଜାତି, ସଂପ୍ରଦାୟକୁ ନେଇ ଯେଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି ତାହା ଭାରତୀୟ ରାଜନୀତିକ ଇତିହାସରେ ପ୍ରଥମ। ଯେକୌଣସି ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ଗହଣରେ ସମାଜରେ ବି॥ଦ୍ବେଷ ସୃଷ୍ଟି କରିବା ଭଳି ଭାଷଣ ଦେବାରେ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ। ତାଙ୍କର ଏଭଳି ଅଭିବ୍ୟକ୍ତି କେବଳ ବିରୋଧୀ ଦଳଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ; ବରଂ ଦେଶର ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କୁ ମଧ୍ୟ ଆଘାତ ଦେଇଛି ବୋଲି ମନମୋହନ କହିଛନ୍ତି। ମୋଦୀ ପଞ୍ଜାବବାସୀଙ୍କୁ ମଧ୍ୟ ଏଥିରୁ ବାଦ୍‌ ଦେଇ ନାହାନ୍ତି। ସେ ପଞ୍ଜାବର ଅସ୍ମିତାକୁ କ୍ଷୁଣ୍ଣ କରିଥିଲା ବେଳେ ପଞ୍ଜାବବାସୀଙ୍କୁ ବଦନାମ କରିବାକୁ ବି ପଛାଇନାହାନ୍ତି। ତେଣୁ ଦେଶକୁ ଏକଛତ୍ରବାଦ ଶାସନରୁ ମୁକ୍ତ କରିବା ଏବଂ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ପଞ୍ଜାବବାସୀ ଭାବି ଚିନ୍ତି ସେମାନଙ୍କ ମତଦାନ କରିବା ଉଚିତ। କାରଣ ଦେଶ ବଞ୍ଚାଇବା ଲାଗି ଚଳିତ ନିର୍ବାଚନ ଶେଷ ସୁଯୋଗ ବୋଲି ଡକ୍ଟର ମନମୋହନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    59 %
    1.9kmh
    0 %
    Sun
    38 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ