ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ।
ଏହା ପରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ । ଓଡ଼ିଶାର ଭୂମି ଭାରତର ସମୃଦ୍ଧ ବୈଭବର ପ୍ରତୀକ । ଓଡ଼ିଶାର ଐତିହ୍ୟ ଓ ଭାସ୍କର୍ଯ୍ୟ ପ୍ରତ୍ୟେକଙ୍କୁ ଗର୍ବିତ କରେ । ଓଡ଼ିଶାର ବାଲିଯାତ୍ରା ବିଶ୍ବ ବାଣିଜ୍ୟ ପରମ୍ପରାର ପ୍ରତୀକ । ଧଉଳି ଶାନ୍ତିସ୍ତୁପ ଶାନ୍ତିର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଇଠି ଅଶୋକ ହୋଇଥିଲେ ଚଣ୍ଡାଶୋକରୁ ଧର୍ମାଶୋକ । ଭାରତ ବିଶ୍ବକୁ କହିପାରୁଛି ଯୁଦ୍ଧ ବିଶ୍ବର ଭବିଷ୍ୟତ ନୁହେଁ । ବିଶ୍ବକୁ ଭାରତ ଯୁଦ୍ଧ ନୁହେଁ, ବୁଦ୍ଧଙ୍କ ବାର୍ତ୍ତା ଦେଇଛି । ବିବିଧତାରେ ଆମ ଜୀବନ ଚଳମାନ ହେଉଥାଏ ବୋଲି ମୋଦି କହିଛନ୍ତି ।
ଆମ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି ବୋଲି ମୋଦି କହିଛନ୍ତି । ଖୁବ୍ ଶୀଘ୍ର ବିଶ୍ବରେ ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବ । ଆଜି ପ୍ରତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଆକାଶଛୁଆଁ । ଦେଶର ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଦେଶରେ ଫାଇଟର ଜେଟ୍ ନିର୍ମାଣ ହେଉଛି ବୋଲି ଉଦବୋଧନ ଦେଇଛନ୍ତି । ବିକାଶ ଓ ପରମ୍ପରାର ମନ୍ତ୍ରରେ ଚାଲୁଛି ଆଜିର ଭାରତ । ବଡ଼ ବଡ଼ ସହର ଭାରତର ପରିଚୟ ନୁହେଁ । ଛୋଟ ଛୋଟ ସହର ଓ ଗାଁ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ପ୍ରବାସୀ ଭାରତୀୟ ସମ୍ମିଳନୀରେ ମୋଦିଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ଭାରତରେ ତିଆରି ହେବ ବିମାନ । ଭାରତ ନିର୍ମିତ ବିମାନରେ ଭାରତ ଆସିବେ ପ୍ରବାସୀ । ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଭାରତର ପ୍ରକୃତ ଇତିହାସକୁ ବିଶ୍ବରେ ପହଞ୍ଚାନ୍ତୁ ବୋଲି ମୋଦି ଆହ୍ବାନ କରିଛନ୍ତି । ନିଜର ବିଦେଶୀ ବନ୍ଧୁଙ୍କୁ ଭାରତ ଆସିବାକୁ ପ୍ରେରିତ । ଆସନ୍ତା ଥର ଆସିବା ବେଳକୁ ବିଦେଶୀ ବନ୍ଧୁଙ୍କୁ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ କରିଛନ୍ତି ।