Monday, April 13, 2026
28.8 C
Odisha

    ପ୍ରମାଣ ଅଭାବରୁ ନାନାଙ୍କ ଉପରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ଖାରଜ କଲେ କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ, #ମିଟୁ ଅଭିଯାନ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। #ମିଟୁ ମାମଲାରେ ଅଭିନେତା ନାନା ପାଟେକରଙ୍କୁ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ଅନ୍ଧେରୀ କୋର୍ଟ ଏହି ରାୟ ଦେଇଛନ୍ତି।ତନୁଶ୍ରୀ ଦତ୍ତା, ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ହେଲେ ଆଜି ନାନା ପାଟେକରଙ୍କ ବିରୋଧରେ ଦାୟର ଅଭିଯୋଗକୁ କୋର୍ଟ ଖାରଜ କରିଦେଇଛନ୍ତି। ଯୌନ ନିର୍ଯାତନାର ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ, ପ୍ରମାଣ ଅଭାବରୁ ତନୁଶ୍ରୀ ଦତ୍ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ଖାରଜ କରାଯାଇଛି।

    ଉଲ୍ଲେଖଯୋଗ୍ୟ, “ତନୁଶ୍ରୀ ଅଭିଯୋଗ କରିଥିଲେ ଯେ, ନାନା ପାଟେକର ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ ସେଟରେ ମୋ ସହିତ ଅସଦାଚରଣ କରିଥିଲେ। ଫିଲ୍ମର ଏକ ସ୍ୱତନ୍ତ୍ର ନୃତ୍ୟ ସମୟରେ ନାନା ମୋ ସହ ଯୌନ ଅସଦାଚରଣ କରିଥିଲେ। ନାନାଙ୍କୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ମଧ୍ୟ ସମର୍ଥନ କରୁଥିଲେ। ମୁଁ ଏନେଇ ପ୍ରଯୋଜକଙ୍କ ଆଗରେ ଅଭିଯୋଗ କରିଥିଲେ ବି କେହି ମୋ କଥା ଶୁଣିନଥିଲେ। ଷ୍ଟୁଡିଓ ବାହାରେ ମୋ ଉପରେ ଆକ୍ରମଣ ହୋଇଥିଲା। ପୁଲିସ ପାଇଁ ମୁଁ ବଞ୍ଚିପାରିଥିଲି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ