Monday, June 2, 2025
31.8 C
Odisha

    ପ୍ରସନ୍ନଙ୍କ ଘରେ ଏକାଠି ହେଲେ ବିଜେଡି ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ରୁଣ୍ଡ ହେଲେ ବିଜେଡିର କିଛି ବରିଷ୍ଠ ନେତା | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତିକ୍ରିୟା ରଖିଲେ ପ୍ରସନ୍ନ | ସେ କହିଛନ୍ତି ଯେ ମୋ ଦେହ ଖରାପ ଅଛି ।  ସେଥିପାଇଁ ମୋ ବନ୍ଧୁମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

    ବାସ୍ତବରେ ଆଜି ସକାଳୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ପ୍ରମୁଖ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା | କୁହାଯାଉଥିଲା ଯେ ବରିଷ୍ଠ ନେତାମାନେ ଦଳୀୟ ରଣନୀତି ନେଇ କିଛି ଆଲୋଚନା କରିଛନ୍ତି | ଏସବୁ ଚର୍ଚ୍ଚା ପରେ ପ୍ରସନ୍ନ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିଛନ୍ତି।

    ପ୍ରସନ୍ନଙ୍କ କହିବା କଥା ଯେ ଯେଉଁମାନେ ଆସିଥିଲେ ସେମାନଙ୍କ ସହ ବହୁ ଦିନରୁ ସମ୍ପର୍କ ରହିଆସିଛି | ଏବେ ମୋ ଦେହ ଭଲ ନାହିଁ | ତେଣୁ ସେମାନେ ମୋତେ ଭେଟିବାକୁ ଆସିଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.8 ° C
    31.8 °
    31.8 °
    34 %
    3.3kmh
    19 %
    Mon
    39 °
    Tue
    38 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ