Tuesday, February 25, 2025
33.2 C
Odisha

    ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବାବାଙ୍କୁ ଏଠି ଲାଗି ହୁଏ ୬୦ ମାଣ ଭୋଗ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କ ପବିତ୍ର ମହାଶିବରାତ୍ରି ଜାଗର ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ମହାଶିବରାତ୍ରି ପାଇଁ କପିଳାସ ପୀଠରେ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୨୮୬ ଖ୍ରୀଷ୍ଟାବ୍ଦରେ ଲାଙ୍ଗୁଳା ନରସିଂହଦେବ କପିଳାସ ପାହାଡ଼ ଉପରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର ନିର୍ମାଣ କରିଥିଲେ ବୋଲି ଶିଳା ଲେଖାରୁ ଜଣାଯାଏ । କିନ୍ତୁ ଏହି ମନ୍ଦିରର ସନ୍ଧାନ ପାଇଥିଲେ ଗଜପତି ପ୍ରତାପରୁଦ୍ର ଦେବ । ପ୍ରତାପରୁଦ୍ର ଏକ ଷଣ୍ଢ ମୃତ୍ୟୁର ପାତକ ଛଡ଼ାଇବାକୁ ପ୍ରଭୁ ଚନ୍ଦ୍ରଶେଖରଙ୍କ ସ୍ୱପ୍ନାଦେଶ ଅନୁଯାୟୀ ଏହି କପିଳାସ ପୀଠରେ ଧ୍ୟାନ ମଗ୍ନ ରହିଥିଲେ ।ଏହି ପୀଠ ରେ ସ୍ଵୟଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁ ଆବିର୍ଭାବ ହୋଇଥିଲେ । ପ୍ରତ୍ୟକ୍ଷ ପ୍ରଭୁ ଆଶୁତୋଷ ଏଠାରେ ବିରାଜମାନ କରିଛନ୍ତି । ପୁରୀ ଶ୍ରୀମନ୍ଦିର ନିତି ରିତି ଅନୁଯାୟୀ ଏଠାରେ ବି ଠିକ ସେହି ନିତି ଅନୁସରଣ କରାଯାଏ , ପୂଜାର୍ଚ୍ଚନା କରାଯାଏ ବୋଲି ମୁଖ୍ୟ ପୂଜକ କହିଛନ୍ତି । ପୁରୀରେ ମହାପ୍ରଭୁ ଜଗନ୍ନାଥ ନିକଟରେ ୬୦ ପଉଟି ଭୋଗ ହେଉଥିବା ବେଳେ କପିଳାସରେ ୬୦ ମାଣ ଭୋଗ ଲାଗି ହୁଏ । ଶ୍ରଦ୍ଧାଳୁଙ୍କ ମନରେ ପ୍ରଭୁଙ୍କ ପାଇଁ ଅଖଣ୍ଡ ବିଶ୍ୱାସ ରହିଛି । ଜାଗର ପାଇଁ ମନ୍ଦିରକୁ ଧବଳ ବର୍ଣ୍ଣରେ ରଙ୍ଗ କରାଯାଇଛି । ମନ୍ଦିର ବେଢ଼ାରେ ଶହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଦୀପ ଜାଳି ମହାଦୀପକୁ ଅପେକ୍ଷା କରିବେ । ସେଥିଲାଗି ସମସ୍ତ ବେଢ଼ା ସଫା ସୁତୁରା କରାଯାଇଛି । ବାଙ୍କ ରାସ୍ତା ମଧ୍ୟ ସଫା କରାଯାଉଛି । ଉଭୟ ପାହାଚ ଓ ବାରବାଙ୍କ ରସ୍ତାକୁ ଆଲୋକିକରଣ କରାଯାଇଛି । ଶାନ୍ତି ଶୃଙ୍ଖଳା ତଥା ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ୍ ମୁତୟନ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି ।ପାନୀୟ ଜଳ, ପରିମଳ ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ପବିତ୍ର ଜାଗରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ଉଜାଗର ରହି ରାତି ସାରା ଦିପ ଜାଳି ପରିବାର ମଙ୍ଗଳ ମନାସିବେ । ପ୍ରଭୁଙ୍କର ମହାଦୀପ ମନ୍ଦିର ଚୁଡ଼ାକୁ ପ୍ରାପ୍ତ ୪.୩୦ ମିନିଟ ସମୟରେ ଉଠିବ ବୋଲି ରାଜ ପୁରୋଧା ସମୟ ନିର୍ଘଣ୍ଟ କରିଛନ୍ତି । ମହାଦୀପ ଉଠିବା ପରେ ହରିହର ଭେଟ ନିତି କରାଯିବାର ବିଧି ରହିଛି । ପରମ୍ପରା ଅନୁଯାୟୀ ଶୋଡ଼ଷ ଉପଚାର ପୂଜା କରାଯିବାର ବିଧି ରହିଥିଲେ ମଧ୍ୟ ରାଜପରିବାର ପକ୍ଷରୁ ଶେଷ ପୂଜା କରାଯାଇ ମହାଦୀପ ଉଠିବାର ପରମ୍ପରା ରହିଛି । ଚଳିତ ବର୍ଷ ପାଲିଥିନ ସମ୍ପୁର୍ଣ୍ଣ ବାରଣ କରାଯାଇ ଥିବା ଦେବତ୍ତର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୧୨ ପ୍ଲାଟୁନ ପୋଲିସ୍ ଓ ବରିଷ୍ଠ ଅଧିକାରୀ ମାନେ ରହିବେ ବୋଲି ଏସପି ପ୍ରକାଶ କରିଛନ୍ତି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରସିଦ୍ଧ ଶୈବ ପିଠ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ମନ୍ଦିରରେ ପବିତ୍ର ଜାଗର ଯାତ୍ରା ଶାନ୍ତି ସୃଙ୍ଖଳା ସହ ଅନୁଷ୍ଠିତ ହେବ । ପ୍ରଶାସନ ପକ୍ଷରୁ ସମସ୍ତ ପସ୍ତୁତି କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନେ କପିଳାସ ପିଠରେ ଉଜାଗର ରହି ଜାଗର ଜାଳି ପରିବାର ମଙ୍ଗଳ ମନାସିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    14 %
    4.2kmh
    0 %
    Tue
    32 °
    Wed
    34 °
    Thu
    34 °
    Fri
    38 °
    Sat
    39 °

    ସମ୍ବନ୍ଧିତ