Saturday, April 11, 2026
37.5 C
Odisha

    ପ୍ରେମ ସପ୍ତାହର ତୃତୀୟ ଦିନ, ଚକୋଲେଟ ଦିବସରେ ନିଜ ପାର୍ଟନରକୁ ଦିଅନ୍ତୁ ମନ ପସନ୍ଦର ଚକୋଲେଟ

    ଆଗକୁ ପଢନ୍ତୁ

    ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଚକୋଲେଟ ଡେ । ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ । ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ ।

    ନିଜ ମନର ସାଥୀକୁ ଚକୋଲେଟ୍ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିଁବସିଛନ୍ତି ଯୁବପିଢ଼ି । ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି । ସେଥିପାଇଁ ଅନେକ ପ୍ରେମୀଯୁଗଳ ଅନେକ ଦୋକାନ ଦୋକାନ ବୁଲି ଚକୋଲେଟ୍ କିଣିଥିଲେ । ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍ ସବୁ ଖୋଜିଥିଲେ ।

    ତେଣୁ ଆଜିର ଦିନରେ ବିଭିନ୍ନ ଫ୍ଲେଭରର ଚକୋଲେଟ ଦେଇ ସାଥୀ ମନକୁ କିଣି ନିଅନ୍ତୁ। ଆଉ ମନ ଭିତରେ ଯେତେ ବି ମାନ ଓ ଅଭିମାନ ରହିଛି ସବୁ କିଛି ଏହି ମଉକାରେ ଦୂର କରିନିଅନ୍ତି। ଏମିତିରେ ଆପଣଙ୍କ ସଂପର୍କ ଆଉ ବେଶ୍ ମଜବୁତ ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ