Wednesday, April 1, 2026
38.7 C
Odisha

    ପ୍ରେସ୍‌ମିଟ୍‌ରେ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ କଲା ପୋଲିସ, ୮ ଲକ୍ଷରୁ ଅଧିକ ଟଙ୍କା ସହ ୨୧ଜଣ ଗିରଫ

    ଆଗକୁ ପଢନ୍ତୁ

    କେଉଁଝର : କେଉଁଝର ପୋଲିସକୁ ବଡ଼ ସଫଳତା ମିଳିଛି। ୨୧୩ ଗ୍ରାମ ବ୍ରାଉନସୁଗାର, ୮ ଲକ୍ଷ ୩୦ ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡ ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରବା ସହ ସେମାନଙ୍କଠାରୁ ୨୧୩ ଗ୍ରାମ ବ୍ରାଉନସୁଗାର, ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ଟି ମୋବାଇଲ ଜବତ କରିଥିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦୁଝରର ଅତିରିକ୍ତ ଏସ୍‌ପି ପ୍ରତ୍ୟୁଷ ମହାପାତ୍ର। ବିଭିନ୍ନ ସମୟରେ ଆନନ୍ଦପୁର ଉପଖଣ୍ଡରେ ବ୍ରାଉନସୁଗାର କାରବାର ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଶାଳପଡ଼ା ହାଟପଡ଼ିଆ, ଶାଳବଣି ଛକ ଆଦି ସ୍ଥାନରେ ଏହି କାରବାର ହେଉଥିବା ପୋଲିସ ପ୍ରକାଶ କରିଛି। ଏହି ବ୍ରାଉନସୁଗାର କାରବାରରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବା ସହ ଚଢ଼ାଉ ଜାରି ରହିବ ବୋଲି ଖବରଦାତା ସମ୍ମିଳନୀରେ ପ୍ରତ୍ୟୁଷ ମହାପାତ୍ର, ଅତିରିକ୍ତ ଏସ୍‌ପି, କେନ୍ଦୁଝର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ