Monday, March 30, 2026
27.4 C
Odisha

    ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟୁଛନ୍ତି କି? ହୋଇଯାନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ। ବାରମ୍ବାର ଛୁରିରେ କାଟିବା ଫଳରେ ଏଥିରେ ହୋଇଥିବା ଦାଗ ସ୍ଥାନରେ ବ୍ୟାକ୍ଟେରିଆ ହେବାର ଆଶଙ୍କା ରହିଥାଏ। ପ୍ଲାଷ୍ଟିକ୍‌ ବିଘଟିତ ହୋଇ ନଷ୍ଟହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ। ତେଣୁ ଶରୀରକୁ ଯାଉଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ନଷ୍ଟ ନ ହୋଇ ରକ୍ତରେ ମିଶିଯାଏ, ଯାହା ବହୁ ସମସ୍ୟା ସୃଷ୍ଟି କରିଥାଏ। କାଠର ବୋର୍ଡ ମଧ୍ୟ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ଚପିଂ ବୋର୍ଡ ବ୍ୟବହାର ଫଳରେ କିଭଳି ସମସ୍ୟା ଆସିପାରେ ଆସନ୍ତୁ ଜାଣିବା। ଚପିଂ ବୋର୍ଡ ମାଧ୍ୟମରେ ଶରୀରକୁ ପ୍ଲାଷ୍ଟିକ୍‌ କଣିକା ଯିବା ଫଳରେ ଧୀରେ ଧୀରେ ଇମ୍ୟୁନ ସିଷ୍ଟମ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। କିଛିଦିନ ପରେ ଇମ୍ୟୁନିଟି କମ୍‌ ହୋଇଯାଏ ଓ ସଂକ୍ରମଣ ହେବା ଆଶଙ୍କା ବଢ଼ିଯାଏ। ଚପିଂ ବୋର୍ଡରେ ଥିବା ବ୍ୟାକ୍ଟେରିଆ କାରଣରୁ ପେଟ ଦଗଜ ସମସ୍ୟା ଦେଖା ଦେଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଏହା ବହୁ ସମସ୍ୟା ସୃଷ୍ଟି କରିଥାଏ। ବେଳେବେଳେ ବାନ୍ତି କିମ୍ବା ଡାଇରିଆ ଭଳି ସମସ୍ୟା ମଧ୍ୟ ଏଥିପାଇଁ ସୃଷ୍ଟି ହୋଇଥାଏ। ତେଣୁ ଏଭଳି କ୍ଷେତ୍ରରେ ତୁରନ୍ତ ଚପିଂ ବୋର୍ଡ ବ୍ୟବହାର ବନ୍ଦ କରିବା ଦରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ