Tuesday, April 7, 2026
22.5 C
Odisha

    ଫିଲ୍ମ ‘ସନାତନୀ’ ର ଟ୍ରେଲର ଓ ପୋଷ୍ଟର ରିଲିଜ୍ ସହ ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୭ ତାରିଖରେ ବଡପରଦାକୁ ଆସୁଛି ଓଡ଼ିଆ ସିନେମା ‘ସନାତନୀ’। ଏନେଇ ଏହାର ଟ୍ରେଲର ଓ ପୋଷ୍ଟର ରିଲିଜ୍ ସହ ତାରିଖ ଘୋଷଣା ହୋଇଛି । ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଛି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଫିଲ୍ମର ସଂଳାପ ଲେଖିଛନ୍ତି। ଡା. ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍‌ଦାର୍। ଏହାର କାହାଣୀ ମୁଖ୍ୟତଃ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ। କିନ୍ତୁ ତାକୁ ସକରାତ୍ମକ ଭାବେ ଉପସ୍ଥାପିତ କରା‌ଯିବ, ଯେପରି କାହାକୁ ଆଘାତ ପହଞ୍ଚିବ ନାହିଁ । ଏପରିକି କୌଣସି ଧର୍ମକୁ ବି ଆକ୍ଷେପ କରାଯାଇନାହିଁ ।ଏଥିରେ ଓଲିଉଡ୍‌ର ଆଗଧାଡ଼ିର ନାୟକ ସମ୍ବିତ୍‌ଙ୍କୁ ଏକ ଭିନ୍ନ ଚରିତ୍ର ଓ ଗେଟଅପ୍ ଦର୍ଶକ ଦେଖିବାକୁ ପାଇବେ । ଏବଂ ତାଙ୍କ ନାୟିକା ରହିଛନ୍ତି ଆର୍ଲିନ୍ ଅଙ୍କିତା। ସମ୍ବିତ- ଆର୍ଲିନ୍‌ଙ୍କ ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ