Monday, January 5, 2026
26.7 C
Odisha

    ଫେବୃଆରୀ ପର୍ଯ୍ୟନ୍ତ ଇ-କେୱାଇସି ଅବଧି ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି। ହିତାଧିକାରୀମାନେ ସେମାନଙ୍କ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅନ୍ତର୍ଗତ ସମସ୍ତ ୧୧, ୭୨୫ଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରରେ କରିପାରିବେ। କୌଣସି କାରଣ ବଶତଃ ଅଦ୍ୟାବଧି ଇ-କେୱାଇସି କରି ପାରିନଥିବା ହିତାଧିକାରୀଙ୍କୁ ପ୍ରତ୍ୟେକ ମାସର ପିଡିଏସ ସାମଗ୍ରୀ ପୂର୍ବବତ ଆବଣ୍ଟିତ କରାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇ ନାହିଁ। ଫେବୃଆରୀ ଶେଷ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ କିମ୍ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ଆଧାର ସଂଯୁକ୍ତ ଇ-କେୱାଇସି କରାଇ ନେବାକୁ ସମ୍ପୃକ୍ତ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    27 %
    3.7kmh
    0 %
    Mon
    24 °
    Tue
    26 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ