Monday, April 13, 2026
40.3 C
Odisha

    ଫେବ୍ରୁଆରିରୁ୍ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗାମୀ ବର୍ଷ ଫେବ୍ରୁଆରିରୁ୍ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ନୂଆ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର। ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ। ଗୋଟିଏ କୋଟି ପରିବାର ପାଇବେ କାର୍ଡ। କେହି ବି ବଞ୍ଚିତ ହେବେ ନାହିଁ। କେନ୍ଦ୍ରୀୟ ଟିମ୍ ମଧ୍ୟ ବୁଲିକି ଯାଇଛନ୍ତି। ଏହା ସହ ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନର୍ସିଙ୍ଗ କଲେଜ ମଧ୍ୟ ବଢ଼ାଇବାକୁ ସରକାର ସଂକଳ୍ପବଦ୍ଧ। ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

    ସେ ଆହୁରି କହିଛନ୍ତି, ଅଭିଯୋଗ ପ୍ରକୋଷ୍ଠରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଜଣା ରୋଗରେ ପୀଡ଼ିତ ନାବାଳକକୁ ଦେଖୁ ଦେଖୁ ଆମ୍ବୁଲାନ୍ସ ମଗାଇ ସେ ଚିକିତ୍ସା ଲାଗି ଏସସିବି ମେଡିକାଲକୁ ପଠାଇଛନ୍ତି। ବୌଦ୍ଧ ଜିଲ୍ଲା ହେରମ୍ବ ଗିରିଙ୍କ ୭ ବର୍ଷର ପୁଅ ପ୍ରତ୍ୟୁଷ ଗିରି ଅଜଣା ରୋଗରେ ପୀଡ଼ିତ ହୋଇ ନିଜର ଦୁଇଟି ଆଖି ହରାଇ ବସିଛି। ବାପା ଓ ମାଆ ଦୁହେଁ ଚିକିତ୍ସା ବାବଦକୁ ଦୌଡ଼ି ଦୌଡ଼ି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ଶେଷରେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ଏହି ୭ ବର୍ଷ ନାବାଳକର ସମସ୍ୟା ସମାଧାନ ଦିଗରେ କଟକ ଏସସିବି ମେଡ଼ିକାଲରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାକୁ ମେଡିକାଲକୁ ପଠାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.3 ° C
    40.3 °
    40.3 °
    12 %
    4.5kmh
    0 %
    Mon
    41 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ