Sunday, September 27, 2026
24.7 C
Odisha

    ସନ୍ଧ୍ୟାରେ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ଚାଷୀଙ୍କ ସହିତ ଅଛନ୍ତି। ଚାଷୀ ଟିକେ ଧୈର୍ଯ୍ୟ ଧରନ୍ତୁ। ସରକାର ସହାୟତା ଦେବେ। ସରକାର ଚାଷୀଙ୍କ ସହିତ ଠିଆ ହେବେ। ଏ ଭରସା ଚାଷୀ ସରକାରଙ୍କ ଉପରେ ରଖନ୍ତୁ। ଚାଷୀଙ୍କ ଦାବି ଅନୁସାରେ ଆଉ ଗୋଟିଏ ଦିନ ପାଇଁ ପଞ୍ଜିକରଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଢ଼ାଇଛନ୍ତି। ଏନେଇ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଭଳି ସୂଚନା ଦେଇଛନ୍ତି।

    ସେ ଆହୁରି କହିଛନ୍ତି, ଆଜି ସନ୍ଧ୍ୟାରେ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟିର ବୈଠକ ବସିବ। ଅଦିନିଆ ବର୍ଷାରେ କ୍ଷୟକ୍ଷତି ନେଇ ଆଜି ମନ୍ତ୍ରୀ ମଣ୍ଡଳସ୍ତରୀୟ ଆଲୋଚନା ହେବ। ଚାଷୀଙ୍କ ହିତରେ ରାଜ୍ୟର ଏହା ପରେ ପଦକ୍ଷେପ ନିଆଯିବ। ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଲାଗି ଆଉ ଦୁଇ ଦିନ ଚାଷୀଙ୍କ ରେଜିଷ୍ଟ୍ରେସନ ସମୟ ସୀମା ବଢ଼ାଗଲା। ଗୋପ ବ୍ଲକ କ୍ଷୟକ୍ଷତି ଅଞ୍ଚଳ ବୁଲିବା ବେଳେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ରେଜିଷ୍ଟ୍ରେସନ ଅବଧି ଥିଲା, ମାତ୍ର ଜାନୁଆରି ୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଢ଼ିଲା।

    ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଭଦ୍ରକ , ବାଲେଶ୍ବର ଗ୍ରାଉଣ୍ଡରେ ଚାଷୀଙ୍କୁ ଭେଟି ଆଲୋଚନା କରିଛି। ଅଦିନିଆ ବର୍ଷାରେ କ୍ଷୟକ୍ଷତି ନେଇ ସ୍ଥିତି ସମୀକ୍ଷା କରଯାଇଛି। ଆଜି ପୁରୀ ଜିଲ୍ଲାରେ ସ୍ଥିତିର ସମୀକ୍ଷା ହେବ। ବିଧାୟକମାନେ ମଧ୍ୟ ଗ୍ରାଉଣ୍ଡ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ବାଲେଶରେ ଓ ଭଦ୍ରକ ଜିଲ୍ଲାରେ ପାଖାପାଖି ୭୦ ପ୍ରତିଶତ ଧାନକଟା ସରିଛି। ପୂର୍ବରୁ ଦାନା ବାତ୍ୟାରେ ମଧ୍ୟ କିଛି କ୍ଷୟକ୍ଷତି ହୋଇଥିଲା। ଅଦିନିଆ ବର୍ଷାରେ ଯେଉଁ ଚାଷୀଙ୍କ ଚାଷ ପୁରା ଉଜୁଡ଼ି ଯାଇଛି, ସେମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ