Friday, April 3, 2026
39.1 C
Odisha

    ଫ୍ରାନ୍ସରୁ ଅଧିକ ରାଫେଲ କିଣିବ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଲଢୁଆ ବିମାନ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ବାୟୁସେନା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସ ନିକଟରୁ ଅଧିକ ସଂଖ୍ୟକ ରାଫେଲ ଯୁଦ୍ଧ ବିମାନ କିଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡିଛି। ସୂଚନା ମୁତାବକ ବାୟୁସେନା ପାଇଁ ଅତିକମରେ ଆଉ ୧୧୪ଟି ଲଢୁଆ ବିମାନର ଆବଶ୍ୟକତା ରହିଛି। ଦେଶର ଭୌଗଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାରେ ୪୨ ସ୍କ୍ବାଡ୍ରନ ଲଢୁଆ ବିମାନ ରହିବା କଥା। ତେବେ ବର୍ତ୍ତମାନ କେବଳ ୨୯ଟି ସ୍କ୍ବାଡ୍ରନ ବିମାନ କାର୍ଯ୍ୟକ୍ଷମ ରହିଛି। ଗୋଟିଏ ସ୍କ୍ବାଡ୍ରନରେ ୧୬ରୁ ୧୮ ବିମାନ ସାମିଲ ହୋଇଥାଏ। ଚୀନ୍‌ ଓ ପାକିସ୍ତାନ ପକ୍ଷରୁ ଭାରତ ପାଇଁ ସବୁବେଳେ ବିପଦ ରହିଛି। ଯଦି କୌଣସି ପରିସ୍ଥିତିରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ସହ ଏକାସାଙ୍ଗରେ ଯୁଦ୍ଧ କରିବାକୁ ପଡେ, ତେବେ ବାୟୁସେନା ନିକଟରେ ଆବଶ୍ୟକ ସଂଖ୍ୟକ ଲଢୁଆ ବିମାନ ମହଜୁଦ ନାହିଁ। ଗତବର୍ଷ ମିଗ୍‌-୨୧ ବିମାନଗୁଡିକୁ ସେବା ନିବୃତ୍ତ କରାଯିବା ପରେ ସ୍ଥିତି ଅଧିକ ଜଟିଳ ହୋଇପଡିଛି। ଆଜକୁ ପ୍ରାୟ ଦଶ ବର୍ଷ ପୂର୍ବେ ସରକାର ମଲଟିରୋଲ ଫାଇଟର ଏୟାରକ୍ରାଫ୍ଟ ଯୋଜନା ପାଇଁ ୧.୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ସୁଦ୍ଧା ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ତରୀଣ ବ୍ୟବସ୍ଥାରେ ଭାରତ ସରକାର ୨୦୨୦ ଜୁଲାଇରୁ ୨୦୨୨ ଡିସେମ୍ବର ମଧ୍ୟରେ ଫ୍ରାନ୍ସ ନିକଟରୁ ମୋଟ ୩୬ଟି ରାଫେଲ ବିମାନ କ୍ରୟ କରିଥିବାବେଳେ ଏଗୁଡିକ ବାୟୁସେନାରେ ସକ୍ରିୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ