Friday, April 3, 2026
39.1 C
Odisha

    ଫ୍ରାନ୍ସ : ରେଳ ଧାରଣାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ

    ଆଗକୁ ପଢନ୍ତୁ

    ପ୍ୟାରିସ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ରେଳ ଧାରଣା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ଠାବ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବୋମାଟି ଜୀବନ୍ତ କି ନା ତାହା ଜାଣିବାକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଚେଷ୍ଟା କରୁଛି। ସେପଟେ ରେଳ ଧାରଣାରେ ବୋମା ମାଡ଼ ଖବର ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ରେଳ ଧାରଣାରୁ ମିଳିବା ପରେ ଲଣ୍ଡନ ଏବଂ ଉତ୍ତର ଅଭିମୁଖେ ଯାଉଥିବା ସମସ୍ତ ୟୁରୋଷ୍ଟାର ଟ୍ରେନକୁ ଶୁକ୍ରବାର ଅଟକାଇ ଦିଆଯାଇଛି ବୋଲି ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି। ଏଥିସହ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଖେଳିଯାଇଛି ଓ ବିଭିନ୍ନ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

    ରେଳ ଧାରଣାରୁ ମିଳିଥିବା ବୋମାର ଗଭୀର ତଦନ୍ତ ଚାଲିଛି। ଏ ସମ୍ପର୍କରେ ଅଧିକ କିଛି ବିବରଣୀ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସୂଚନାଯୋଗ୍ୟ, ୟୁରୋଷ୍ଟାର ହେଉଛି ବ୍ରିଟେନରେ ଏକ ଟ୍ରେନ୍ ସେବା। ଫ୍ରାନ୍ସର ନ୍ୟାସନାଲ ରେଲ ଅପରେଟର ‘ଏସଏନସିଏଫ’ ଏକ ବିବୃତିରେ କହିଛି ଯେ ପୁଲିସର ଅନୁରୋଧ କ୍ରମେ ଗାରେ ଡୁ ନୋର୍ଡରେ ସକାଳ ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିବ । ଆମେ ଯାତ୍ରୀମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ