Wednesday, January 14, 2026
16.7 C
Odisha

    ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ସମେତ ନଗଦ ଟଙ୍କା ଜବତ

    ଆଗକୁ ପଢନ୍ତୁ

    ବଣାଇ : ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ ।  ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଛନ୍ତି।  ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଆଉ ୬ରୁ ୭ ଡକାୟତ ।  ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଚନ୍ଦ୍ରପୁର ଗାଁରୁ ୩ ଡକାୟତଙ୍କୁ ଗିରଫ କରିଛି ପୋଲିସ ।  ଏକ ଖେଳ ପଡ଼ିଆରେ ପ୍ରାୟ ୧୦ଜଣ ଡକାୟତ ଡକାୟତି ଯୋଜନା କରୁଥିବା ଖବର ପାଇଥିଲା ପୋଲିସ ।

    ଟିକାୟତପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ କିଛି ଖସି ପଳାଇଥିଲେ ।  ଝାଡ଼ଖଣ୍ଡରୁ ଦୁଇ ଜଣ ଓ ସୁନ୍ଦରଗଡ଼ରୁ ଜଣଙ୍କୁ ଗିରଫ କରିଥିଲା ପୋଲିସ ।  ସେମାନଙ୍କ ଠାରୁ ମାରଣାସ୍ତ୍ର ସମେତ ପାଇଁ ନଗଦ ଟଙ୍କା ଜବତ କରିଥିଲେ ।  ଗିରଫ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ଖସି ପଳାଇଥିବା ଡକାୟତଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.7 ° C
    16.7 °
    16.7 °
    40 %
    2kmh
    0 %
    Wed
    16 °
    Thu
    28 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ