Wednesday, April 16, 2025
35.3 C
Odisha

    ବଦଳିଯିବ WhatsApp Statusର ଏକ୍ସେପେରିୟନ୍ସ,କୋଟି କୋଟି ୟୁଜର୍ସଙ୍କ ପାଇଁ ଆସୁଛି ଦମଦାର୍ ଫିଚର୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : WhatsApp ବର୍ତ୍ତମାନ ବିଶ୍ବର ସବୁଠାରୁ ବଡ଼ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଲଟିଛି । ସାରା ବିଶ୍ବରେ ୩.୫ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି । WhatsApp ନିଜର ୟୁଜର୍ସଙ୍କୁ ନୂଆ ଏକ୍ସେପେରିୟନ୍ସ ଦେବା ପାଇଁ ବୁତ୍ ସମୟରେ ନୂଆ ନୁଆ ଫିଚର ଉପସ୍ଥାପନା କରିଥାଏ । WhatsApp ଷ୍ଟାଟସ୍ ରଖିବାର ଏକ ସୁବିଧା ଅଛି ଯେଉଁଥିରେ ୟୁଜର୍ସମାନେ ଫଟୋ,ଭିଡିଓ ଏବଂ ଟେକ୍ସଟ୍ ଇତ୍ୟାଦି ସେୟାର କରିବାର ସୁବିଧା ପାଆନ୍ତି । WhatsApp ଖୁବ୍ ଶୀଘ୍ର ଷ୍ଟାଟସ୍ ପୋଷ୍ଟ କରିବାର ଏକ୍ସେପେରିୟନ୍ସକୁ ବଦଳାଇବାକୁ ଯାଉଛି । ଏଥି ସହ କୋଟି କୋଟି WhatsApp Status ରେ ଏକ ନୂଆ ଫିଚର ପାଇପାରିବେ ।

    ଆପଣଙ୍କୁ କହିରଖୁଛୁ ଯେ ନିକଟରେ WhatsApp Status ରେ ଗୀତ ଆଡ୍ କରିବାର ଏକ ନୂଆ ଫିଚର ଆଣିଥିଲା । ହେଲ ବର୍ତ୍ତମାନ ଖୁବ୍ ଶୀଘ୍ର ଭିଡିଓ ପାଇଁ ଏକ ନୂଆ ଫିଚର ମଧ୍ୟ ଆସୁଛି । ଲାଟେଷ୍ଟ ରିପୋର୍ଟ ଅନୁସାରେ, ୟୁଜର୍ସଙ୍କୁ ଖୁବଶୀଘ୍ର WhatsApp ରେ ଲଙ୍ଗ ଭିଡିଓ ସେୟାର କରିବାର ସୁବିଧା ମିଳିବ । ଯଦି ଆପଣ ଆପଣଙ୍କ Status ରେ ଭିଡିଓ ସେୟାର କରନ୍ତି, ତେବେ ଆଜିର ଖବର ଆପଣଙ୍କ ପାଇଁ ବେଷ୍ଟ ହେବ । WhatsApp ର ଅପକମିଙ୍ଗ ଫିଚର ଏବଂ ଅପଡେଟ୍ସ ଉପରେ ନଜର ରଖୁଥିବା ଏଖ ପପୁଲାର ୱେବସାଇଟ୍ Wabetainfo ଦ୍ବାରା ଅପକମିଙ୍ଗ ଫିଚରର ଡିଟେଲ୍ସ ସେୟାର କରାଯାଇଛି । Wabetainfo ଅନୁଯାୟୀ, ଏହି ନୂଆ ଫିଚରକୁ Android 2.25.12.9 ପାଇଁ WhatsApp ବିଟାରେ ଦେଖାଯାଇଛି । ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କୁ ଖୁବ୍ ଶୀଘ୍ର WhatsApp ରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ସେୟାର କରିବାର ସୁବିଧା ମିଳିବ । ଏପର୍ଯ୍ୟନ୍ତ WhatsApp ୟୁଜର୍ସମାନେ ସେମାନଙ୍କ ଷ୍ଟାଟସରେ କେବଳ ୧ ମିନିଟର ଭିଡିଓ ସେୟାର କରିପାରୁଥିଲେ କିନ୍ତୁ ଏବେ ସେମାନେ ଏକ ନୂଆ ଏକ୍ସେପେରିୟନ୍ସ ପାଇବାକୁ ଯାଉଛନ୍ତି । ଅପକମିଙ୍ଗ ଅପଡେଯରେ ୟୁଜର୍ସମାନେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ୍ ଦେଢ଼ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିପାରିବେ । ଏଥି ସହ ଏହି ଅପକମିଙ୍ଗ ଫିଚରର ଏକ ସ୍କ୍ରିନସଟ୍ ମଧ୍ୟ Wabetainfo ଦ୍ବାରା ସେୟାର କରାଯାଇଛି । ଏହି ସ୍କ୍ରିନସଟ୍ ସ୍ପଷ୍ଟ ଭାବେର ଦର୍ଶାଉଛି ଯେ ୟୁଜର୍ସ ଖୁବ୍ ଶୀଘ୍ର ସେମାନଙ୍କର ଷ୍ଟାଟସରେ ଲଙ୍ଗ ଟାଇମର ଭିଟିଓ ସେୟାର କରିପାରିବେ । ଯାଣି ରଖନ୍ତୁ ଯେ ଏହି ଫିଚର ଟେଷ୍ଟିଂ ମୋଡରେ ଅଛି ଏବଂ କମ୍ପାନୀ ଏହାକୁ ଖୁବ୍ ଶୀଘ୍ର ୟୁଜର୍ସଙ୍କ ପାଇଁ ଉପଲବ୍ଧ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    28 %
    2.8kmh
    0 %
    Wed
    36 °
    Thu
    39 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ