Tuesday, July 21, 2026
23.8 C
Odisha

    ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର, ମେ ୬ରୁ ଜୁନ୍ ୧୯ ଯାଏଁ ଖରା ପାଇଁ ସ୍କୁଲ ଛୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି । ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ। ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମେ’ରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ଟି ଲେଖାଏ କାର୍ଯ୍ୟ ଦିବସ ରହିଛି । ସେହିପରି ସେପ୍ଟେମ୍ୱରରେ ୨୩, ଅକ୍ଟୋବରରେ ୨୦, ନଭେମ୍ୱରରେ ୨୧, ଡିସେମ୍ୱରରେ ୧୮, ଜାନୁଆରୀରେ ୨୩, ଫେବ୍ରୁଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏ କାର୍ର୍ଯ୍ୟ ଦିବସ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ