Tuesday, October 13, 2026
22.2 C
Odisha

    ବଦ୍ରିନାଥ ହିମସ୍ଖଳନ: ୫୪ ଉଦ୍ଧାର, ୮ ମୃତ, ଶତାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

    ଆଗକୁ ପଢନ୍ତୁ

    ବଦ୍ରିନାଥ: ଉତ୍ତରାଖଣ୍ଡର ବଦ୍ରିନାଥରେ ହିମସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ଆଜି ୮କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ମାନେ ରବିବାର ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହା ସହିତ ହିମସ୍ଖଳନରେ ଫସିଥିବା ସମସ୍ତ ୫୪ ଶ୍ରମିକଙ୍କୁ ଉଦ୍ଧାର ଅଭିଯାନ ସଂପୂର୍ଣ୍ଣ ହୋଇଛି। ୪୬ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଶ୍ରମିକ ନିଜେ ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ସକାଳେ ମନା ଗାଁରେ ହିମସ୍ଖଳନରେ ୫୫ ଜଣ ଶ୍ରମିକ ଫସି ଯାଇଥିଲେ। ସ୍ଥଳସେନା, ଆଇଟିବିପି, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆରଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆରଏଫ୍‌)ର ତ୍ୱରିତ ଏବଂ ସମନ୍ୱିତ ଉଦ୍ୟମରେ ୪୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତେବେ ୮ ଜଣଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିନଥିଲା।
    ଉଦ୍ଧାର କାର୍ଯ୍ୟରେ ଗ୍ରାଉଣ୍ଡ-ପେନେଟ୍ରେଟିଂ ରାଡାର (ଜିପିଆର), ଥର୍ମାଲ ଇମେଜିଂ କ୍ୟାମେରା ଏବଂ ଭିକ୍ଟିମ-ଲୋକେସନ୍‌ ଆସେସ୍‌ମେଣ୍ଟ କ୍ୟାମେରା ସମେତ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥିଲା। ସୋମବାର ମଧ୍ୟ ବରଫପାତ ଓ ହିମସ୍ଖଳନ ହେବା ସମ୍ଭାବନା ଅଧିକ ଥିବାରୁ ଉଚ୍ଚ ସ୍ଥାନରେ କାମ କରୁଥିବା ଲୋକଙ୍କୁ କାମ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି।

    ନିଖୋଜ ଶ୍ରମିକମାନଙ୍କୁ ଯଥାଶୀଘ୍ର ଠାବ କରିବା ପାଇଁ ସେନା, ଆଇଟିବିପି, ଏନ୍‌ଡିଆର୍‌ଏଫ, ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଟିମ୍, ବିଆରଓ ଏବଂ ବାୟୁସେନା ମିଳିତ ଅଭିଯାନ ଚଳାଇବାରୁ ଶ୍ରମିକଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ପ୍ରଭାବିତ ଅଂଚଳରେ ଶତାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ବିଜୁଳି ପୁନରୁଦ୍ଧାର ଓ ଜରୁରୀ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ପ୍ରୟାସ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫଳରେ ୫ଟି ବ୍ଲକ୍‌ରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.2 ° C
    22.2 °
    22.2 °
    80 %
    1.2kmh
    23 %
    Mon
    22 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ