Friday, April 3, 2026
39.1 C
Odisha

    ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ବାଗତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତରପ୍ରଦେଶର ବାରାଣସୀସ୍ଥିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ଜିଏସ୍‌-୧ ଲେକ୍ଚର୍ ଥିଏଟରରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟାତ୍ମକ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଛି। ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ଆରମ୍ଭ ପ୍ରଫେସର୍ ଗୋପବନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ପରେ ନବାଗତ ଛାତ୍ରଛାତ୍ରୀମାନେ ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର୍ କଲ୍ୟାଣ ଘଡ଼େଇ କ୍ୟାମ୍ପସ୍ ଜୀବନ ବିଷୟରେ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଡା. ଅମୀୟ କୁମାର ସାମଲ ଶିକ୍ଷା ପଞ୍ଜିକା, ପରୀକ୍ଷା ପ୍ରଣାଳୀ ଓ ଶିକ୍ଷାଗତ ସଫଳତା ପାଇଁ ପ୍ରାୟୋଗିକ ସୁପରିଶ ରାଖିଥିଲେ। ସମଗ୍ର ବ୍ୟକ୍ତିତ୍ୱ ଉନ୍ନୟନକୁ ଧ୍ୟାନରେ ରଖି, ପ୍ରଫେସର୍ ଧନଞ୍ଜୟ ସାହୁ ସ୍ବାସ୍ଥ୍ୟ, ସୁସ୍ଥତା ଓ ନେତୃତ୍ୱ ପରିଚାଳନା ବିଷୟରେ ଅଲୋଚନା କରିଥିଲେ। ଡା. ରଜୀବ ଲୋଚନ ବେହେରା ହୋଷ୍ଟେଲ୍ ଜୀବନ ସମ୍ବନ୍ଧରେ ଅନୁଭବ ଓ ପରାମର୍ଶ ଶେୟର୍ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ପ୍ରଫେସର ସରୋଜ କୁମାର ପାଧୀ ଧନ୍ୟବାଦ ଜ୍ଞାପନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସୁବ୍ରତଙ୍କ ସୁପରିଚାଳନାରେ ସଫଳ ଭାବରେ ସମ୍ପନ୍ନ ହୋଇଥିଲା। ଏହି ପରିଚୟାତ୍ମକ କାର୍ଯ୍ୟକ୍ରମଟି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ପରିବେଶ, କ୍ୟାମ୍ପସ୍ ଜୀବନ, ନେତୃତ୍ୱ, ସାଂସ୍କୃତିକ ସହଭାଗିତା ଓ ବ୍ୟକ୍ତିଗତ ଉନ୍ନୟନ ସମ୍ବନ୍ଧରେ ସ୍ପଷ୍ଟ ପରିଚୟ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ