Tuesday, March 31, 2026
25.7 C
Odisha

    ବନ୍ଧକ ଥିବା ୩ ଇସ୍ରାଏଲୀଙ୍କୁ ମୁକ୍ତ କଲା ହମାସ୍

    ଆଗକୁ ପଢନ୍ତୁ

    ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ବହୁ ପ୍ରତୀକ୍ଷିତ ଅସ୍ତ୍ରବିରତିର ଏକ ଅଂଶ ଭାବରେ ରବିବାର ହମାସ ପକ୍ଷରୁ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଛି। ଆଜି ମୁକ୍ତ ହୋଇଥିବା ୩ ବନ୍ଧକ ହେଲେ ରୋମି ଗୋନ୍, ଏମିଲି ଡାମାରୀ ଏବଂ ଡୋରୋନ୍ ଷ୍ଟେନବ୍ରେଚର ।ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏବଂ ଇସ୍ରାଏଲ ସୁରକ୍ଷା କର୍ତ୍ତୃପକ୍ଷ ଏକ ବିବୃତିରେ କହିଛନ୍ତି ଯେ ରେଡକ୍ରସ ସୂଚନା ଦେଇଛି ଯେ ତିନି ଜଣ ଇସ୍ରାଏଲ ବନ୍ଧକଙ୍କୁ ସେମାନଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି ଏବଂ ସେମାନେ ଗାଜା ଉପତ୍ୟକାରେ ଥିବା ଆଇଡିଏଫ ଏବଂ ଆଇଏସଏ ବାହିନୀକୁ ଯାଉଛନ୍ତି।ସାଉଦି ଅଲ୍ ଆରବିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାମାସ ୩ ଜଣ ଇସ୍ରାଏଲି ବନ୍ଧକଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରେଡକ୍ରସ୍ ଏବେ ନେତଜାରିମ କରିଡର ଅଞ୍ଚଳରେ ୩ ଇସ୍ରାଏଲୀଙ୍କୁ ଆଇଡିଏଫକୁ ହସ୍ତାନ୍ତର କରିବାକୁ ଯାଉଛି। ଏଥିସହିତ ଇସ୍ରାଏଲ ସେନା ଗାଜା ସୀମାରେ ହେଲିକପ୍ଟର ମୁତୟନ କରିଛି, ଯାହାଦ୍ୱାରା ବନ୍ଦୀମାନଙ୍କୁ ତୁରନ୍ତ ଇସ୍ରାଏଲକୁ ପଠାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ