Monday, August 4, 2025
26.6 C
Odisha

    ବନ୍ଧାହେଲେ କୋଟିପତି MVI ବାବୁ,ଗିରଫ କଲା ଭିଜିଲାନସ

    ଆଗକୁ ପଢନ୍ତୁ

    ବୌଦ୍ଧ : ବନ୍ଧାହେଲେ କୋଟିପତି MVI ବାବୁ । ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କଲା ଭିଜିଲାନସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗୋଲାପ ଚନ୍ଦ୍ର ହାଁସଦାଙ୍କ ବହୁତଳ କୋଠା ସମେତ ୪୪ ଦାମୀ ଦାମୀ ପ୍ଲଟ ଠାବ ହୋଇଥିଲା ।

    ବାରିପଦା ପ୍ରଫୁଲ୍ଲ ନଗର ଓ ବାଲେଶ୍ବର ଟାଉନରେ ରହିଛି ମୂଲ୍ୟବାନ ପ୍ଲଟ । ଭିଜିଲାନସ ରେଡ ବେଳେ ଜବତ ହୋଇଛି ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା । ବିଭିନ୍ନ ବ୍ୟାଙ୍କରେ ରହିଛି ୧ କୋଟି ୩୪ ଲକ୍ଷ ଟଙ୍କାର ଡିପୋଜିଟ। ଦୁଇଟି ଗୋଲ୍ଡ ବିସକୁଟ ସମେତ ୫୦୦ଗ୍ରାମ ସୁନା ଓ ୨ କିଲୋ ୫୦୦ ଗ୍ରାମ ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

    ଏଥିସହ ବେନାମୀ ଟଙ୍କା କାରବାର ସମ୍ପର୍କରେ ତଥ୍ୟ ଥିବା ଏକ ଡାଏରୀ ଜବତ ହୋଇଛି । ବାବୁଙ୍କ ଗୋଟିଏ କାର୍ ଓ ୩ଟି ବାଇକ ରହିଛି । ଝିଅର ମେଡିକାଲ ପାଠପଢ଼ାରେ ଗୋଲାପ ବାବୁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା । ୧୯୯୧ ମସିହାରେ ଗୋଲାପ ହାଁସଦା IPO ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ।

    ୨୦୦୩ରେ ତାଙ୍କୁ ଜୁନିଅର MVI ପଦକୁ ପଦୋନ୍ନତି କରାଯାଇଥିଲା। ୨୦୨୦ରେ MVI ଭାବେ ସେ ପ୍ରମୋସନ ହୋଇଥିଲେ। ବର୍ତମାନ ଗୋଲାପଙ୍କ ମାସିକ ଦରମା ହେଉଛି ଏକ ଲକ୍ଷ ୮ ହଜାର ଟଙ୍କା । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    77 %
    1.2kmh
    100 %
    Mon
    27 °
    Tue
    33 °
    Wed
    33 °
    Thu
    32 °
    Fri
    25 °

    ସମ୍ବନ୍ଧିତ