Tuesday, August 19, 2025
24.4 C
Odisha

    ବର୍ଷାଋତୁ ପାଇଁ ସର୍ବୋତ୍ତମ ପୋଦିନା ଚା, ଚୁଟକିରେ ଗାଏବ ହେବ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ଗାଁ ହେଉ ଅବା ସହର ସବୁଠି ସମସ୍ତେ ଚା’ ପିଇବାକୁ ଖୁବ୍ ଭଲ ପାଇଥାନ୍ତି । ଚା’ ପିଇଦେଲେ ଫ୍ରେସ୍ ଅନୁଭବ ହୋଇଥାଏ । ଅନେକ ଚା ପ୍ରେମୀ ଥିବାବେଳେ  ଅଧିକାଂଶ ଲୋକଙ୍କୁ ଚା ବିଲକୁଲ ପସନ୍ଦ ହୋଇନଥାଏ । ଗଳି ଗଳିରେ ଚା’ ଷ୍ଟଲ ନିଶ୍ଚନ୍ତ ଦେଖିବାକୁ ମିଳିଥାଏ । ବିଶେଷ କରି ସକାଳ ସମୟରେ ଚା’ ଷ୍ଟଲରେ ଅଧିକ ଭିଡ଼ ଜମିଥାଏ । ବର୍ଷା ହେବା ମାତ୍ରେ ସ୍ନାକ୍ସ ସହିତ ଚା’ ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି ଲୋକମାନେ । ଅନେକ ଲୋକ ଅନେକ ପ୍ରକାରର ଚା’ ବର୍ତ୍ତମାନ ସମୟରେ ପିଉଛନ୍ତି । ଯେମିତିକି ନାଲି ଚା’, ଧଳା ଚା’, ତୁଳସୀ ଚା’, ପୋଦିନା ଚା’ ଏବଂ ଗ୍ରୀନ୍ ଟି । ବର୍ତ୍ତମାନ ସମୟର ଯୁବପିଢିଙ୍କୁ ଏହି ଚା’ର ନିଶା ଜୋରଦାରରେ ଘାରିଛି । ସେହି ସବୁ ଚା’ ମଧ୍ୟରୁ ଆମେ ଆଜି ପୋଦିନା ଚା’ର ଖୁବ୍ ନିଆରା ।

    ମୌସୁମୀର ଝିପିଝିପି ବର୍ଷା, ମାଟିର ସୁସ୍ୱାଦୁ ବାସ୍ନାକୁ ଗରମ ଚା’ର କପ୍ ଏହି ତିନୋଟି ଏକାଠି ହେଲେ ପାଗ ଆହୁରି ସୁନ୍ଦର ହୋଇଯାଏ । କିନ୍ତୁ ଯଦି ଏହି ଚା’ରେ ପୁଦିନା ପତ୍ର ମିଶାଉଛନ୍ତି । ତେବେ ଏହା କେବଳ ସ୍ୱାଦକୁ ବଢ଼ାଇ ନଥାଏ ବରଂ ଏହା ଅନେକ ସ୍ୱାସ୍ଥ୍ୟଗତ ଲାଭ  ପ୍ରଦାନ କରିଥାଏ । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶେଷକରି ମୌସୁମୀରେ, ପୋଦିନା ଚା ପିଇବା ଦ୍ୱାରା ଆମେ ଅନେକ ଋତୁକାଳୀନ ରୋଗରୁ ରକ୍ଷା ପାଇପାରିବେ । ତେବେ ଏହା ଅନ୍ୟ କେଉଁ କେଉଁ ସବୁ ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ଆସନ୍ତୁ ପ୍ରଥମେ ଏହାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।

    ଓ୍ୟୖଷଧିୟ ଗୁଣରେ ପରିପୂର୍ଣ୍ଣ ପୋଦିନାକୁ ସେବନ କରି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଏମିତିରେ ତ’ ଆମେ ପୋଦିନାକୁ ଚଟଣି ଆକାରରେ ବ୍ୟବହାର କରିଥାଉ । ପୋଦିନା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଏଥିରେ ମୁଖ୍ୟତଃ ୨ଟି ଭିଟାମିନ୍ ଥାଏ । ଗୋଟିଏ ହେଉଛି ଭିଟାମିନ୍ C ଏବଂ ଦ୍ୱିତୀୟଟି ହେଉଛି ଭିଟାମିନ୍ A । ଏହି ଦୁଇଟି ଭିଟାମିନ୍‌ ବ୍ୟତୀତ ପୋଦିନା ପତ୍ରରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଥିଏମାଇନ୍ ଭଳି ଉପାଦାନ ଭରପୁର ମାତ୍ରାରେ ରହିଛି  । ସେଥିପାଇଁ ଆପଣ ଯେକୌଣସି ପ୍ରକାରର ସମସ୍ୟା ଥିଲେ ମଧ୍ୟ ପୋଦିନା ପତ୍ର ଖାଇପାରିବେ ।

    ଏହା ବ୍ୟତୀତ ପେଟ ଜନିତ ସମସ୍ୟା ପାଇଁ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ । ପୋଦିନାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଥଣ୍ଡା ଏବଂ ଜ୍ବର ପାଇଁ ପୋଦିନା ପତ୍ର ଚା’ ବେଷ୍ଟ ହୋଇଥାଏ ।

    ଆପଣଙ୍କର ମୁଣ୍ଡବିନ୍ଧା ହେଉଛି କି? ଯଦି ହଁ ତେବେ ଆଜି ହିଁ ଏହାର ବ୍ୟବହାର କରନ୍ତୁ । ଯାହା ପିଇବା ଦ୍ବାରା ଚୁଟକିରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଦୂର ହୋଇଥାଏ । ଏହା ପିଇବା ଦ୍ବାରା ଚର୍ମ ଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ । ସାଇନସ୍ କିମ୍ବା ଆଲର୍ଜି ସମସ୍ୟା ଥିବା ଲୋକଙ୍କ ପାଇଁ ପୁଦିନା ଚା ବହୁତ ଲାଭଦାୟକ । ସହଜରେ ନିଶ୍ବାସ ନେବାରେ ସାହାଯ୍ୟ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    1.4kmh
    100 %
    Tue
    24 °
    Wed
    28 °
    Thu
    31 °
    Fri
    26 °
    Sat
    24 °

    ସମ୍ବନ୍ଧିତ