Sunday, July 26, 2026
24.2 C
Odisha

    ବର୍ଷାଦିନେ ଖାଆନ୍ତୁ ଏହି ଫଳ, ରଖିବ ଆପଣଙ୍କୁ ସୁସ୍ଥ

    ଆଗକୁ ପଢନ୍ତୁ

    ସମସ୍ତେ ଏହା ଜାଣିଥାନ୍ତି ଯେ ଫଳ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୃଷ୍ଟି ମିଳିଥାଏ । କେଉଁ ଫଳ ନିୟମିତ ଖାଇବା ଉଚିତ୍ ଏହା ମନେ ରଖିବା ଆବଶ୍ୟକ । କେଉଁ ଋତୁରେ କେଉଁ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।  ବର୍ଷା ଋତୁରେ ଶରୀରକୁ ଅତି ସହଜରେ ରୋଗ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ନିୟମିତ ଭାବରେ ଏପରି କିଛି ଫଳ ଖାଇଥା’ନ୍ତି ଯାହା ଆପଣଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ରକ୍ଷା କରିବା ସହିତ ଆପଣଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଯାହା ଆପଣ ରୋଗ ଠାରୁ ଦୁରେଇ ରହିପାରିବେ ।

    ଡାଳିମ୍ବ: ଡାଳିମ୍ବ ଖାଇବା ଶରୀର ପାଇଁ ଭଲ ହୋଇଥାଏ ।  କାରଣ ଡାଳିମ୍ବରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆମ ଶରୀରର ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ । ଡାଳିମ୍ବ ଖାଇବାର ଗୋଟିଏ ସୁବିଧା ହେଉଛି ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଲାଲ ରକ୍ତ କଣିକା ଶୀଘ୍ର ବିକଶିତ କରିଥାଏ  । ବର୍ଷା ଋତୁରେ ରେ ଏହା କୌଣସି ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ ।

    ଲିଚୁ : ଏଥିରେ ଆଣ୍ଟି-ଭାଇରାଲ୍ ଗୁଣ ଥିବାରୁ ଏହାକୁ ବର୍ଷାଦିନେ ଖାଇବା ଉଚିତ୍ । ଯାହା ଆମର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ।

     ସେଓ : ପ୍ରତେକ ଋତୁରେ ସେଓ ନିହାତି ଖାଇବା ଜରୁରୀ ହୋଇଥାଏ । ଯଦି ଏହାକୁ ସବୁ ସମୟରେ ଖାଇ ପାରୁନାହାନ୍ତି ତେବେ ବର୍ଷା ଦିନେ ଏହାକୁ ନିହାତି ଖାଇବା ଦରକାର  । ଏଥିରୁ ଭଲ ପରିମାଣର ଫାଇବର ମିଳିଥାଏ । ଏପରି ପରିସ୍ଥିତିରେ ସେଓ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ ।

    ବର୍ଷା ଋତୁରେ ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ସହ ଋତୁ ଅନୁଯାୟୀ ଫଳ ଖାଇବା ଅତ୍ୟନ୍ତ ଜରୁରୀ। ଡାଳିମ୍ବ, ଲିଚୁ ଓ ସେଓ ଭଳି ଫଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଆବଶ୍ୟକ ଭିଟାମିନ୍, ଖଣିଜ ଲବଣ ଓ ଫାଇବର ଯୋଗାଇଥାଏ। ଏହି ଫଳଗୁଡ଼ିକ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଶରୀରକୁ ସଂକ୍ରମଣରୁ ସୁରକ୍ଷା ଦେବାରେ ମଧ୍ୟ ସାହାଯ୍ୟ କରେ। ତେଣୁ ବର୍ଷା ଦିନରେ ପରିଷ୍କାର ଓ ତାଜା ଫଳକୁ ନିୟମିତ ଖାଦ୍ୟ ତାଲିକାରେ ସାମିଲ କରି ସୁସ୍ଥ ଜୀବନଶୈଳୀ ଆପଣାଇବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    very heavy rain
    24.2 ° C
    24.2 °
    24.2 °
    94 %
    2.2kmh
    100 %
    Sun
    29 °
    Mon
    28 °
    Tue
    24 °
    Wed
    26 °
    Thu
    24 °

    ସମ୍ବନ୍ଧିତ