Thursday, August 7, 2025
29.3 C
Odisha

    ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ…

    -ବର୍ଷାଦିନେ ଘର ଭିତରକୁ କୀଟପତଙ୍ଗଠାରୁ ସୁରକ୍ଷା ଦେବା ପାଇଁ ଏକ ଘରୋଇ ସ୍ପ୍ରେ ତିଆରି କରନ୍ତୁ। ଏଥିପାଇଁ ଏକ ପାତ୍ରରେ ପ୍ରଥମେ ପାଣି ଗରମ କରନ୍ତୁ। ସେଥିରେ ଲବଙ୍ଗ ପକାଇ କିଛି ସମୟ ଫୁଟାନ୍ତୁ। ପାଣିର ରଙ୍ଗ ବଦଳିଗଲା ପରେ ସେଥିରେ ୧ ଚାମଚ ବେକିଂ ସୋଡ଼ା ଓ ତେଜପତ୍ର ପକାଇ ଫୁଟାନ୍ତୁ। ଏବେ ଏହାକୁ ଥଣ୍ଡାକରି ଏକ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ଘରର ବିଭିନ୍ନ ସ୍ଥାନରେ ସ୍ପ୍ରେ କରି ଦିଅନ୍ତୁ।

    -କୀଟ ହେଉଥିବା ସ୍ଥାନରେ ଧଳା ଭିନେଗାର ପକାନ୍ତୁ। ପୋକ ହେବେ ନାହିଁ।

    -କୀଟପତଙ୍ଗ ଦୂରେଇବା ପାଇଁ ସେହି ସ୍ଥାନରେ ଲୁଣ ପକାନ୍ତୁ। ଏହା ପ୍ରଭାବରେ ପୋକମାନଙ୍କ ସଂଖ୍ୟା କମ୍‌ ହୋଇଯିବ।

    -ଲେମ୍ବୁରସ ସ୍ପ୍ରେ କରିବା ଫଳରେ ପୋକ ଆସିବେ ନାହିଁ।

    -ଘରୁ ପୋକ ବାହାରକରିବା ପାଇଁ ରସୁଣ ମଧ୍ୟ ବେଶ୍‌ ଉପାଦେୟ। ଏଥିପାଇଁ ରସୁଣକୁ ଛେଚି ପାଣିରେ ମିଶାନ୍ତୁ। ଏହାକୁ ପୋକ ଆସୁଥିବା ସ୍ଥାନରେ ପକାନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    66 %
    1.2kmh
    100 %
    Thu
    31 °
    Fri
    26 °
    Sat
    30 °
    Sun
    32 °
    Mon
    33 °

    ସମ୍ବନ୍ଧିତ