Wednesday, April 8, 2026
23.9 C
Odisha

    ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁରାଗ କଶ୍ୟପ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ମୁମ୍ବାଇ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁରାଗଙ୍କ ଏଭଳି ନିଷ୍ପତ୍ତି ସିନେପ୍ରେମୀମାନଙ୍କୁ ଚକିତ କରିଦେଇଛି। ନିକଟରେ ଏକ ସାକ୍ଷାତକାରରେ ଅନୁରାଗ କହିଛନ୍ତି, ‘ସିନେମା ତିଆରି କରିବା ପାଇଁ ମୋ ଭିତରେ ଥିବା ଉତ୍ସାହ ଶେଷ ହୋଇଯାଇଛି। ଆଜିକା ସମୟରେ ମୁଁ ବାହାରକୁ ଯାଇ କୌଣସି ନୂଆ ସିନେମା ତିଆରି କରି ପାରିବି ନାହିଁ। କାରଣ ଏବେ ସବୁକିଛି ଟଙ୍କା ଉପରେ ନିର୍ଭର କରୁଛି। ଯଦ୍ବାରା ମୋର ପ୍ରଯୋଜକ କେବଳ ଲାଭ ଦେଖୁଛନ୍ତି। ସିନେମା ଆରମ୍ଭ ହେବାପୂର୍ବରୁ ସମସ୍ତେ ଏହା ଭାବୁଛନ୍ତି କି ଏହାକୁ କେମିତି ବିକ୍ରି କରିବେ। ତେଣୁ ସିନେମା ତିଆରି କରିବାରେ ଯେଉଁ ଆଗ୍ରହ ଓ ଉତ୍ସାହ ଥିଲା ତାହା ଧୀରେଧୀରେ ମରିଗଲାଣି। ତେଣୁ ମୁଁ ମୁମ୍ବାଇ ଛାଡ଼ି ସାଉଥ ଚାଲିଯିବାକୁ ଚାହୁଁଛି। ମୁଁ ସେଠାକୁ ଯିବାକୁ ଚାହୁଁଛି ଯେଉଁଠାରେ କାମ କରିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଭରି ରହିଛି। ମୁଁ ମୋର ଇଣ୍ଡଷ୍ଟ୍ରିର ଚିନ୍ତାଧାରାକୁ ନେଇ ନିରାଶ ହୋଇଯାଇଛି ଓ ଚିନ୍ତାରେ ପଡ଼ିଯାଇଛି। ବର୍ତ୍ତମାନ ଏମିତି ସମୟ ଆସି ଯାଇଛି କି କଳାକାରମାନଙ୍କୁ କେବଳ ଷ୍ଟାର ବନିବାର ଲକ୍ଷ୍ୟ ରହୁଛି। ସିନେମାର କାହାଣୀ କେମିତି ସୁନ୍ଦର ହୋଇ ପାରିବ ଦର୍ଶକଙ୍କ ମନକୁ ଛୁଇଁ ପାରିବ ସେଥିପ୍ରତି କାହାରି ଦୃଷ୍ଟି ନାହିଁ। କେମିତି କେଉଁ ଉପାୟରେ ଅଧିକ ଟଙ୍କା ରୋଜଗାର କରିହେବ ସେ ଦିଗରେ ସମସ୍ତେ ମାଡ଼ି ଚାଲିଛନ୍ତି।

    ଏହି କ୍ରମରେ ଦେଖିବାକୁ ଗଲେ ସାଉଥ ସିନେମାରେ ସମସ୍ତ କଳାକାର ଏକାଠି ହୋଇ ଏକମନ ନେଇ କାମ କରିଥାଆନ୍ତି। ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ସାଉଥ ସିନେମାର କାହାଣୀ ଶୀର୍ଷରେ ରହିଛି। ଆଜିକାଲିର ଯୁବପିଢ଼ି ବଲିଉଡ ଅପେକ୍ଷା ଟଲିଉଡ ସିନେମାକୁ ଅଧିକ ଦେଖିବାକୁ ଭଲ ପାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ