Friday, September 20, 2024
30.1 C
Odisha

    ବାଂଲାଦେଶ ହିଂସା: ଶେଖ୍ ହସିନାଙ୍କୁ ଗାଦିଚ୍ୟୁତ୍ କରିଥିବା ଛାତ୍ର ଅନ୍ଦୋଳନର ୨ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

    ଆଗକୁ ପଢନ୍ତୁ

    ଶୁକ୍ରବାର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ନବନିଯୁକ୍ତ ପରାମର୍ଶଦାତା ପରିଷଦ ବିଭାଗର ଘୋଷଣା କରିଥିଲେ । ବାଂଲାଦେଶ ସରକାର ପ୍ରତିରକ୍ଷା ସମେତ ୨୭ଟି ମନ୍ତ୍ରଣାଳୟର ଦାୟିତ୍ୱ ନିଜ ପାଖରେ ରଖିଛନ୍ତି । ବାଂଲାଦେଶର ସଂରକ୍ଷଣ ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ୟୁନୁସ ଦାୟିତ୍ୱ ତୁଲାଉଛନ୍ତି ।
    ନେବେଲ ପୁରସ୍କାରରେ ସମ୍ମାନିତ ୮୪ ବର୍ଷୀୟ ୟୁନୁସ ଗୁରୁବାର ବାଂଲାଦେଶର ଅନ୍ତରୀଣ ସରକାର ଭାବେ ଶପଥ ଗ୍ରହଣ କରିଥିଲେ । ସେ ମୁଖ୍ୟ ପରାମର୍ଶଦାତା ଭାବେ ଶପଥ ଗ୍ରହଣ କରିଥିଲେ ଯାହା ପ୍ରଧାନମନ୍ତ୍ରୀଙ୍କ ସମକକ୍ଷ ପଦ ଅଟେ । ଛାତ୍ର ନେତା, ସେନା ଏବଂ ନାଗରିକ ସଂସ୍ଥାର ପ୍ରତିନିଧିମାନଙ୍କ ପରାମର୍ଶ ଆଧାରରେ ତାଙ୍କର ଚୟନ ହୋଇଥିଲା । ଅଧିକାରିକ ସୂତ୍ରରୁ ପ୍ରକାଶ ୟୁନୁସ ପ୍ରତିରକ୍ଷା, ଲୋକ ପ୍ରଶାସନ, ଶିକ୍ଷା, ଶକ୍ତି, ଖାଦ୍ୟ, ଜଳ ସମ୍ପଦ ଏବଂ ସୂଚନା ମନ୍ତ୍ରଣାଳୟ ସମେତ ୨୭ଟି ବିଭାଗର ପ୍ରଭାରୀ ଦାୟିତ୍ୱ ନିଜ ପାଖରେ ରଖିଛନ୍ତି । ଏହା ସହ ଅନ୍ତରୀଣ ମନ୍ତ୍ରୀମଣ୍ଡଳରେ ବାଂଲାଦେଶର ‘ଷ୍ଟୁଡେଣ୍ଟ୍‌ସ ଏଗେନ୍ସ୍‌ଟ ଡିସ୍କ୍ରିମିନେସନ’ର ଦୁଇ ନେତା ଏମ୍ ନାହିଦ ଇସଲାମ ଏବଂ ଆସିଫ୍ ମହମୁଦଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ଏମ୍ ନାହିଦ ଇସଲାମଙ୍କୁ ଦୂରସଂଚାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଦାୟିତ୍ୱ ଦିଆଯାଇଛି । ସେହିପରି ଆସିଫ୍ ମହମୁଦଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ