ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା, ଉତ୍ତରାରେ ୨ ବିଏଚକେ ଫ୍ଲାଟ ଠାବ ହୋଇଛି । ଭୁବନେଶ୍ବରରେ ୩ ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଳଟ ମିଳିଛି । ୫୬୦ ଗ୍ରାମ ସୁନା, ଚାରିଚକିଆ ଗାଡ଼ି, ଏସବିଆଇରେ ରହିଛି ଲକର। ଗୋଟିଏ ଦାମୀ କାର୍, ୧୬ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଠାବ ହୋଇଛି ।

