Friday, March 13, 2026
22.3 C
Odisha

    ବାରାମତି ବିମାନ ଦୁର୍ଘଟଣା : ମୃତ୍ୟୁ ପୂର୍ବରୁ ବାପାଙ୍କ ପାଖକୁ ଯାଇଥିଲା ପିଙ୍କିଙ୍କ ଶେଷ ଫୋନ୍ କଲ୍

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ପିଙ୍କିଙ୍କ ଶେଷ ଫୋନ୍ କଲ୍ । ବାପା ମୁଁ ବାରାମତି ଯାଉଛି । VT-SSK ବି ବିମାନରେ ଥିବା ଏୟାର ହୋଷ୍ଟେସ ଫିଙ୍କି ମାଲି ଉଡ଼ାଣ ପୂର୍ବରୁ ମୁମ୍ବାଇ ୱର୍ଲିରେ ରହୁଥିବା ତାଙ୍କ ବାପା ଶିବକୁମାର ମାଲିଙ୍କୁ ଫୋନ୍ କରିଥିଲେ। ସେ ଅତି ଉତ୍ସାହର ସହ କହିଥିଲେ ପାପା ମୁଁ ଅଜିତ ପାୱାରଙ୍କ ସହ ବାରାମତୀ ଯାଉଛି। ତାଙ୍କୁ ସେଠାରେ ଛାଡି ମୁଁ ନାନ୍ଦେଡ଼ ଯିବି। ଆମେ ଆସନ୍ତାକାଲି କଥା ହେବା । ବାପା ମଧ୍ୟ କହିଥିଲେ, ଠିକ୍ ଅଛି ତୁମ କାମ ସରିଲେ କାଲି କଥା ହେବା କିନ୍ତୁ ସେହି ଆସନ୍ତାକାଲି ଆଉ କେବେ ଆସିଲାନି। ସବୁଦିନ ପାଇଁ ଝିଅ ପାପାଙ୍କୁ ଛାଡି ଚାଲିଗଲା। ଅନ୍ତିମ ସଂସ୍କାର ପାଇଁ ଏବେ କେବଳ ଝିଅର ମୃତଦେହ ପହଞ୍ଚିବାକୁ ଅପେକ୍ଷା । ଦୁର୍ଘଟଣା ସମୟରେ ବିମାନଟି ବାମ ପଟକୁ ଢଳି ଯାଇଥିବାର CCTV ଫୁଟେଜ୍ ସାମ୍ନାକୁ ଆସିଛି। ବିମାନଟି ରନ୍ ୱେର ପ୍ରାୟ ୧୦୦ ଫୁଟ ପୂର୍ବରୁ ତଳେ ପିଟି ହୋଇଯାଇଥିଲା। ମାଡ଼ ହେବା ପରେ ବିମାନଟି ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ଏବଂ ପରେ ପରେ ୪-୫ଟି ଛୋଟ ବିସ୍ଫୋରଣ ହୋଇଥିଲା ।ଏହି ବିମାନ କମ୍ପାନୀର (VSR Ventures) ଆଉ ଏକ ବିମାନ ୨୦୨୩ ସେପ୍ଟେମ୍ବର ମସିହାରେ ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ରନ୍ ୱେରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳେ ମଧ୍ୟ ବର୍ଷା ଓ କମ୍ ଦୃଶ୍ୟମାନ ଶକ୍ତି ଦୁର୍ଘଟଣାର କାରଣ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ