Monday, July 21, 2025
27.9 C
Odisha

    ବାରିପଦା ଠାରେ ଲୋକାର୍ପିତ ହେବ ଭୁବନେଶ୍ଵର ସ୍ଥିତ କିମ୍ସ ଚିକିତ୍ସାଳୟର ଶାଖା

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ଖୁବ୍ ଶୀଘ୍ର ବାରିପଦା ଠାରେ ଲୋକାର୍ପିତ ହେବ ଭୁବନେଶ୍ଵର ସ୍ଥିତ କିମ୍ସ ଚିକିତ୍ସାଳୟର ଶାଖା । ଶହେ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ଚିକିତ୍ସାଳୟ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କିଟ୍ , କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ।

    ଏହି ଚିକିତ୍ସାଳୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ୱାର୍ଡ ସାଙ୍ଗଙ୍କୁ ଆଇସିୟୁ, ଏଚଡିୟୁ, ଓଟି, ଲେବର ରୁମ୍, ରୋଗୀଙ୍କ ପାଇଁ ସ୍ଵତନ୍ତ୍ର କ୍ୟାବିନ ବ୍ୟବସ୍ଥା ସବୁ ଏହି ଚିକିତ୍ସାଳୟରେ ଉପଲବ୍ଧ ହେବ । ବିଭିନ୍ନ ବିଭାଗର ସ୍ପେସାଲିଷ୍ଟ ଚିକିତ୍ସକମାନଙ୍କ ଦ୍ଵାରା ଚିକିତ୍ସା ପ୍ରଦାନ କରାଯିବ ବୋଲି କିମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

    ଡ. ସାମନ୍ତଙ୍କ ସହ କିଟ୍ ସ୍କୁଲ ଅଫ ଆର୍କିଟେକ୍ଚର ମହାନିର୍ଦ୍ଦେଶକ ପ୍ରଫେସର ଏସ୍ ଏସ୍ ରାୟ, କିମ୍ସ ଚିକିତ୍ସାଳୟର ନିର୍ଦ୍ଦେଶକ ଦଲ୍ଲୀପ ପଣ୍ଡା, କିଟ୍ ପରାମର୍ଶଦାତା ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚିକିତ୍ସା କ୍ଷେତ୍ରରେ ଏଭଳି ଚିକିତ୍ସାଳୟ ମୟୂରଭଞ୍ଜ ଜିଲ୍ଲା ପାଇଁ ଏକ ଉଦାହରଣ ହେବ ବୋଲି କହିଛନ୍ତି ପ୍ରତିଷ୍ଠାତା ଡ଼ ସାମନ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    79 %
    0.8kmh
    100 %
    Mon
    30 °
    Tue
    33 °
    Wed
    31 °
    Thu
    28 °
    Fri
    24 °

    ସମ୍ବନ୍ଧିତ