Wednesday, October 8, 2025
23.1 C
Odisha

    ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

    ଆଗକୁ ପଢନ୍ତୁ

    କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍। ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ।

    ୬୦ ଏକ ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଆଶା କରାଯାଉଛି ୫୦ ଲକ୍ଷରୁ ଅଧିକ ଜନସମାଗମ ହେବ। ଅନେକ ଭିଆଇପି ଓ ଭିଭିଆଇପି ଆସିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି ପର୍ଯ୍ୟନ୍ତ ଅଂଚଳକୁ ନୋ ଡ୍ରୋନ୍ ଜୋନ ଘୋଷଣା ହୋଇଛି । ବାଲିଯାତ୍ରା ସମୟରେ ସେହି ଅଂଚଳରେ ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ, ୟୁଏଭି କିମ୍ବା ଡ୍ରୋନ ଉଡାଣ ନିଷେଦ୍ଧ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    90 %
    1.2kmh
    100 %
    Wed
    23 °
    Thu
    28 °
    Fri
    29 °
    Sat
    29 °
    Sun
    29 °

    ସମ୍ବନ୍ଧିତ