Saturday, March 14, 2026
23.2 C
Odisha

    ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

    ଆଗକୁ ପଢନ୍ତୁ

    କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍। ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ।

    ୬୦ ଏକ ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଆଶା କରାଯାଉଛି ୫୦ ଲକ୍ଷରୁ ଅଧିକ ଜନସମାଗମ ହେବ। ଅନେକ ଭିଆଇପି ଓ ଭିଭିଆଇପି ଆସିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି ପର୍ଯ୍ୟନ୍ତ ଅଂଚଳକୁ ନୋ ଡ୍ରୋନ୍ ଜୋନ ଘୋଷଣା ହୋଇଛି । ବାଲିଯାତ୍ରା ସମୟରେ ସେହି ଅଂଚଳରେ ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ, ୟୁଏଭି କିମ୍ବା ଡ୍ରୋନ ଉଡାଣ ନିଷେଦ୍ଧ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ