Monday, April 6, 2026
35.2 C
Odisha

    ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ

    ଆଗକୁ ପଢନ୍ତୁ

    ବାଲେଶ୍ୱର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି। ଯାହା ଫଳାରେ ଧୀରେ ଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର । ଆସନ୍ତାକାଲି ୯ ଘଣ୍ଟା ପାଇଁ କୋହଳ ହୋଇଛି କର୍ଫ୍ୟୁ । ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟାଯାଇଛି। ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ ସେବାରେ ମଧ୍ୟ କିଛିଟା କୋହଳ ମିଳିଛି । ସୂଚନା ଅନୁସାରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ସମ୍ପୂର୍ଣ୍ଣ କୋହଳ ହୋଇଛି । ହେଲେ ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କଟକଣା ରହିବ । ତେବେ ଏହି ଦୁଇ ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି।ସେହିପରି ବାଲେଶ୍ବରରେ ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଆସନ୍ତାକାଲିଠାରୁ ମିଳିବ ଇଣ୍ଟରନେଟ ସେବା । ତେବେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ । ମ୍ୟୁନିସିପାଲିଟି ଅଞ୍ଚଳରେ କାଲି ମଧ୍ୟ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅନ୍ୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଜଣାପଡିଛି ।

    ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ଦେଖି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହାସହ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା । ଘଟଣାରେ ଆଜି ଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଥିବବେଳେ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ