Wednesday, July 23, 2025
25.1 C
Odisha

    ବାସ୍ତୁ : ଏହି ୫ଟି ସ୍ଥାନରେ କେବେ ବି କରନ୍ତୁ ନାହିଁ ଭୋଜନ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଜୀବନଶୈଳୀ କାରଣରୁ ଲୋକେ ଯେଉଁଠାରେ ସୁବିଧା ପାଆନ୍ତି ସେହି ସ୍ଥାନରେ ଭୋଜନ କରନ୍ତି । କୌଣସି ସଠିକ୍‌ ସ୍ଥାନ ଚୟନ କରୁନଥିବା ଅନେକ ସ୍ଥାନରେ ଦେଖାଯାଏ । ମାତ୍ର ବାସ୍ତୁ ଅନୁଯାୟୀ ଏପରି କରିବା ଆଦୌ ଉଚିତ୍‌ ନୁହେଁ । ମାନ୍ୟତା ଅନୁଯାୟୀ ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ନିୟମ ବର୍ଣ୍ଣନା କରାଯାଇଛି । ସେହି ନିୟମର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ନଚେତ୍‌ ବାସ୍ତୁ ଦୋଷ ଲାଗିବା ସହ ଅଭାବ ଲାଗି ରହିଥାଏ । ଜାଣନ୍ତୁ ଭୋଜନ ସହ ଜଡିତ ଏହି ବାସ୍ତୁ ନିୟମ ବିଷୟରେ..

    ଅନେକ ସମୟରେ ଦେଖାଯାଏ ଲୋକେ ଖଟ ଉପରେ ବସି ଭୋଜନ କରନ୍ତି । ଯାହା ବାସ୍ତୁ ଅନୁଯାୟୀ ଅନୁଚିତ୍‌ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଆର୍ଥିକ ସମସ୍ୟା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ । ଖଟରେ ବସି ଖାଦ୍ୟ ସେବନ କରିବାକୁ ବାରଣ କରାଯାଇଛି ।

    ଅସନା ଅପରିଷ୍କାର କରି ଭୋଜନ କରନ୍ତୁ ନାହିଁ । ଭୋଜନ ପୂର୍ବରୁ ଘରକୁ ସର୍ବଦା ପରିଷ୍କାର କରନ୍ତୁ । ନଚେତ୍‌ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

    ପୂଜା ଘରର ଅତି ନିକଟରେ ବସି ଭୋଜନ କରନ୍ତୁ ନାହିଁ । ନଚେତ୍‌ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି । ଘରୁ ସୁଖସମୃଦ୍ଧି ଦୂର ହୋଇଥାଏ ।

    କିଛି ଲୋକେ ରୋଷେଇ ଘରେ ବସି ଭୋଜନ କରନ୍ତି । ମାତ୍ର ରୋଷେଇ ଘରେ କଦାପି ଭୋଜନ କରିବା ଉଚିତ୍‌ ନୁହେଁ । ଏହାଦ୍ୱାରା ଘରୁ ସୁଖଶାନ୍ତି ଦୂର ହୋଇଯାଏ । କଳହ ଲାଗି ରହିଥାଏ ।

    କବାଟ କିମ୍ବା ଚଉକାଠ ନିକଟରେ ମଧ୍ୟ ଭୋଜନ କରନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.1 ° C
    25.1 °
    25.1 °
    86 %
    1.2kmh
    37 %
    Wed
    32 °
    Thu
    31 °
    Fri
    25 °
    Sat
    25 °
    Sun
    25 °

    ସମ୍ବନ୍ଧିତ