Thursday, February 19, 2026
33.2 C
Odisha

    ବିଗିଡିଲା ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି, ପହଞ୍ଚିଲେ ସଲମାନ

    ଆଗକୁ ପଢନ୍ତୁ

    ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ସଲିମ୍‌ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି । ସଲିମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ପ୍ରଶଂସକମାନେ ଗଭୀର ଚିନ୍ତିତ ଏବଂ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ।

    ପରିବାର ପକ୍ଷରୁ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ସଲିମଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ମାତ୍ରେ, ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକଟ କରି ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

    ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ବେଳେ ସଲମାନ ଖାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ସଲମାନ ଗାଡ଼ିରୁ ଓହ୍ଲାଇ ବାପାଙ୍କୁ ଦେଖିବାକୁ ହସପିଟାଲକୁ ପହଞ୍ଚିଛନ୍ତି ।

    ସଲିମ ଖାନ ତାଙ୍କ କ୍ୟାରିଅରରେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ସଲିମ-ଜାଭେଦ ଯୋଡ଼ି ୭୦ ଦଶକରେ ଏକ ହିଟ୍ ଫିଲ୍ମ ଦେଇଥିଲେ । “ଦିୱାର,” “ଜଞ୍ଜିର,” ଏବଂ “ଡନ୍” ଭଳି ବ୍ଲକବଷ୍ଟର ଫିଲ୍ମ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    18 %
    3.1kmh
    92 %
    Thu
    32 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ