Friday, April 10, 2026
31 C
Odisha

    ବିଗ୍‌ ବସ୍‌ ଜିତିଲେ ଗୌରବ ଖାନ୍ନା

    ଆଗକୁ ପଢନ୍ତୁ

    କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା ‘ଟୁଇଷ୍ଟ ଓ ଟର୍ନ’ର ଅବସାନ ଘଟିଛି। ୪୩ ବର୍ଷୀୟ ଅଭିନେତା ଉପସ୍ଥାପକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୌରବ ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଫାଇନାଲିଷ୍ଟ ଫର୍‌ହାନା ଭଟ୍ଟ, ଅମାଲେ ମଲିକ, ପ୍ରଣିତ ମୋରେ ଓ ତାନିୟା ମିତ୍ତଲଙ୍କୁ ପଛରେ ପକାଇ ଧାରାବାହିକ ଉନ୍ନବିଂଶ ସଂକରଣର ବିଗ୍‌ ବସ୍‌ ପାଲଟିଛନ୍ତି। ଅଭିନେତ୍ରୀ ଫର୍‌ହାନା ଭଟ୍ଟ ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି। ବିଗ୍‌ ବସ୍‌ ଗ୍ରାଣ୍ଡ ଫିନାଲେରେ ଏହାର ହୋଷ୍ଟ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌, ଭୋଜପୁରୀ ଗାୟିକା ପଓ୍ବନଙ୍କ ସମେତ ଅନେକ ନାମୀ ଅତିଥି ଯୋଗଦେଇଥିଲେ। ଗତ ଅଗଷ୍ଟ ୨୪ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଏଥିରେ ୧୬ କଣ୍ଟେଷ୍ଟାଣ୍ଟ ଥିବାବେଳେ ପରେ ଓ୍ବାଇଲ୍ଡ କାର୍ଡ ଜରିଆରେ ଆଉ ୨ ଜଣ ଏଣ୍ଟ୍ରି କରିଥିଲେ। ଏଥର ବିଗ୍‌ବସ୍‌ର ଥିମ୍‌ ରହିଥିଲା ଘରଓ୍ବାଲେଁା କୀ ସରକାର। ବିଜେତା କିଏ ହେବେ, ତାକୁ ନେଇ ଶେଷ ପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଥିଲା। ଜିଓ ହଟ୍‌ଷ୍ଟାର ଓ କଲର୍ସରେ ରାତି ୯ଟାରୁ ଏକକାଳୀନ ପ୍ରସାରଣ ଚାଲିଥିବାବେଳେ ଦର୍ଶକଙ୍କ ଉତ୍କଣ୍ଠା ଓ ଉତ୍ସୁକତା ବଢ଼ିବାରେ ଲାଗିଥିଲା। ରାତି ପ୍ରାୟ ୧୨ଟାରେ ହୋଷ୍ଟ ସଲ୍‌ମାନ ବିବାଦୀୟ ଶୋ’ର ବିଜେତା ଭାବେ ଗୌରବଙ୍କ ନାମ ଘୋଷଣା କରିଥିଲେ। ଗୌରବଙ୍କୁ ଓ୍ବିନର୍ସ ଟ୍ରଫି ସହ ୫୦ ଲକ୍ଷ ଟଙ୍କା ଓ କାର୍‌ ମିଳିଛି। ୧୯୮୧ ଡିସେମ୍ବର ୧୧ରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମିତ ଗୌରବ ସିଆଇଡି ସିରିଏଲ୍‌ରେ ସିନିୟର ଇନ୍ସପେକ୍ଟର କବିନ୍‌ ଭୂମିକାରେ ନଜର ଆସିଥିଲେ। ପରେ ଅନୁପମା, ଏ ପ୍ୟାର୍‌ ନା ହୋଗା କମ୍‌ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟର ଯାଦୁକରୀ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ବର୍ଷକ ପାଇଁ ଏକ ଆଇଟି କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଗୌରବ ବିଗ୍‌ ବସ୍‌ ମୁକୁଟ ପିନ୍ଧିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। xରେ ହ୍ୟାଶ୍‌ଟ୍ୟାଗ୍‌ କଂଗ୍ରାଟ୍ସ ଜିକେ ଟ୍ରେଣ୍ଡ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    18 %
    3.3kmh
    0 %
    Fri
    32 °
    Sat
    38 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ