Wednesday, October 7, 2026
31.4 C
Odisha

    ବିଜନେସ କ୍ଲାସ ଛାଡ଼ି ଇକୋନମି କ୍ଲାସ ବିମାନରେ ଯାତ୍ରା କଲେ ଧୋନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଇପିଏଲର ପ୍ରଥମ ସିଜିନରୁ ଏମଏସ ଧୋନି କ୍ରମାଗତ ଭାବରେ ଖେଳିଆସୁଛନ୍ତି। ସେ ଶେଷ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍ ୨୦୨୪ର ୬୮ତମ ମ୍ୟାଚ୍ ଖେଳିଥିଲେ। ହେଲେ ଚେନ୍ନାଇ ଏହି ମ୍ୟାଚ୍‌ରେ ଜିତିପାରିନଥିଲା। ସିଏସକେ ଫାଇନାଲରେ ପହଞ୍ଚି ପାରିନଥିବା ବେଳେ ଏହା ଏମଏସ ଧୋନିଙ୍କର ଶେଷ ସିଜିନ୍ ଥିଲା ବୋଲି କୁହାଯାଉଛି। ସେ ୨୦୨୫ରେ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

    ଏହି ଚର୍ଚ୍ଚା ମଧ୍ୟରେ ବିଜନେସ କ୍ଲାସ ଛାଡ଼ି ଧୋନି ଇକୋନମି କ୍ଲାସ ବିମାନରେ ଯାତ୍ରା କରିଥିବା ଦେଖାଯାଇଛି। ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନି ନିଜ ବ୍ୟାଗ୍ ଉପରେ ରଖୁଥିବା ଦେଖାଯାଇଛି। ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଏହାର ଏକ ଭିଡିଓ ଉତ୍ତୋଳନ କରି ଏକ୍ସରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି। ଏତେ ବଡ଼ ଷ୍ଟାର ହୋଇ ଇମୋନମିରେ ଯାତ୍ରା କରିଥିବାରୁ ଲୋକେ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

    ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବିଦାୟ ରାସ୍ତା ଦେଖାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରି ନେଇଥିଲା। ଆର୍‌ସିବି ୨୧୮ ରନ୍ କରିନେବା ପରେ ସିଏସ୍‌କେକୁ ୧୯୧ ରନ୍‌ରେ ରୋକିଦେଇଥିଲା। ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚିଯିବାରୁ ଉନ୍ନତ ଏନ୍‌ଆର୍‌ଆର୍‌ ବଳରେ ଆର୍‌ସିବି ପ୍ଲେଅଫ୍‌ର ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ