Thursday, September 19, 2024
25.2 C
Odisha

    ବିଜେପିରୁ ବହିଷ୍କୃତ ହେଲେ ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଉପସ୍ଥିତିରେ ସନ୍ଦୀପ ବିଜେପିରେ ସାମିଲ ହୋଇଥିଲେ । ତେବେ ପଦ୍ମ ଧରିବାର କିଛି ଦିନ ମଧ୍ୟରେ ତାଙ୍କ ଉପରେ ଏବେ ଦଳ ତରଫରୁ ବଡ଼ ଆକ୍ସନ ନିଆଯାଇଛି । ଏନେଇ ବିଜେପି ତରଫରୁ ସୋସିଆଲ ମିଡ଼ିଆ ଏକ୍ସ’ରେ ଏକ ସୂଚନା ଜାରି କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ସନ୍ଦୀପ ନିଜର ପୃଷ୍ଠଭୂମିର ତଥ୍ୟ ଲୁଚାଇଥିଲେ । ତେଣୁ ସେନେଇ ସତ୍ୟତା ଜଣାପଡ଼ିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସନ୍ଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର ପୁନିଆଙ୍କ ପକ୍ଷରୁ ଏକ ବୟାନ ଜାରି କରାଯିବା ସହ ଭବିଷ୍ୟତର ଦଳ ସହ ସନ୍ଦୀପଙ୍କର କୌଣସି ସମ୍ପର୍କ ରହିବ ନାହିଁ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ