Wednesday, March 18, 2026
19.7 C
Odisha

    ବିଜେପିରେ ସାମିଲ ହେଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ ହୋତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବର୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି। ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ କୁମାର ହୋତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଶ୍ରୀ ହୋତାଙ୍କୁ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ମୁଖପାତ୍ର ଦିଲୀପ ମହାନ୍ତି ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଭ୍ରଷ୍ଟାଚାର, ବ୍ୟଭୀଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି। ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ସମାଜର ତୃଣମୂଳସ୍ତରର ଲୋକଙ୍କ ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀ ହୋତା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    80 %
    2.9kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ