Wednesday, May 8, 2024
35.9 C
Odisha

    ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ: ବିଜୟ ଶର୍ମା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ ଉମରକୋଟ : ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ସଂକଳ୍ପବଦ୍ଧ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଦେଇଛନ୍ତି ହେଲେ ରାଜ୍ୟ ସରକାର ତାହାକୁ ବିକାଶ କାମରେ ଲଗାଇବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଜନତା ତଥା ନବରଙ୍ଗପୁରବାସୀଙ୍କୁ ସେମାନଙ୍କ ଅଧିକାର ପାଇବାରୁ ବଂଚିତ କରିଛନ୍ତି । ଗରିବ, କୃଷକ, ମହିଳା, ଯୁବକମାନଙ୍କ ଆର୍ôଥକ ବିକାଶ ପାଇଁ ମୋଦି ସରକାର ଯୋଜନା ପ୍ରସ୍ତୁତ କରୁଥିବାବେଳେ ରାଜ୍ୟ ସରକାର ସେଥିରୁ ସେମାନଙ୍କୁ ବଂଚିତ କରୁଛନ୍ତି । କୃଷକଙ୍କ ଉନ୍ନତୀ ପାଇଁ ମୋଦି ସରକାର ଜଳସେଚନର ବ୍ୟବସ୍ଥା କରିଥିବାବେଳେ ନବରଙ୍ଗପୁର ଚାଷୀ ଏଯାଏଁ ସେ ସୁବିଧାରୁ ବଂଚିତ ହୋଇଛନ୍ତି । ସେହିପରି ସ୍ଥାନୀୟ ଜିଲ୍ଲାର ମକା ଚାଷୀ ସେମାନଙ୍କ କଷ୍ଟ ଉତ୍ପାଦିତ ମକାର ଅଭାବି ବିକ୍ରି କରୁଛନ୍ତି, ଜିଲ୍ଲାରେ ଉଚିତ ମୂଲ୍ୟ ମିଳୁନଥିବାରୁ ପଡୋଶୀ ରାଜ୍ୟ ଛତିଶଗଡକୁ ଯାଇ ମକା ବିକ୍ରି କରୁଛନ୍ତି । ଏହିପରି ଦେଖିବାକୁ ଗଲେ ଚାଷୀଙ୍କ ପାଇଁ କୌଣସି ସୁବିଧା ୨୪ବର୍ଷ ଶାସନରେ ରାଜ୍ୟ ସରକାର କରିନାହାନ୍ତି । ସେହିପରି ନବରଙ୍ଗପୁରରେ ଇଥାନଲ୍ ପ୍ଲାଂଟ ପ୍ରତିଷ୍ଠା ପାଇଁ ମୋଦି ସରକାର ୫ଶହ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିପାଇଁ ଜମି ଯୋଗାଇ ଦେଇନାହାନ୍ତି । ଜମିଅଧିଗ୍ରହଣରେ ବିଳମ୍ବ ହେବା କାରଣରୁ ଜିଲ୍ଲାରେ ରେଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଛି । ନବୀନ ସରକାର ଶିକ୍ଷା ନାଁରେ ଡିଣ୍ଡିମ ପିଟୁଥିବାବେଳେ ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । କେଉଁଠି ସ୍କୁଲ ଗୃହ ନାହିଁ ତ କେଉଁଠି ଶିକ୍ଷକ ନାହାନ୍ତି, ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି । ଜନତାଙ୍କ ପାଇଁ ମୋଦି ସରକାର ଖାଦ୍ୟ, ବସ୍ତ୍ର ଓ ବାସଗୃହର ସୁବନ୍ଦୋବସ୍ତ କରୁଥିବାବେଳେ ରାଜ୍ୟ ସରକାର ତାକୁ ଜନତାଙ୍କ ପାଖରେ ପହଂଚାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା ନବରଙ୍ଗପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଲାଭାର୍ଥୀ ସମ୍ମିଳନୀ, ଘର ଘର ଜନସଂପର୍କ, ବଣିକ ସଂଘ ସଦସ୍ୟଙ୍କ ବୈଠକ କରି ଜନତାଙ୍କୁ ସଚେତନ କରାଇବା ଓ ନିର୍ବାଚନ ଅଭିଯାନକୁ ଗତିଶୀଳ କରିବା ପାଇଁ ଆଜି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉମରକୋଟକୁ ଦିନିକିଆ ଗସ୍ତରେ ଆସିଥିଲେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା । ଶ୍ରୀ ଶର୍ମା ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହାପରେ ବିଜେପି କର୍ମୀଙ୍କ ସହ ଏକ ଦୋକାନରେ ବସି ଚା ପିଇଥିଲେ । ଏସଏସ ଇଂଟରନ୍ୟାସନାଲ ଅଡିଟୋରିଅମରେ ବ୍ୟବସାୟୀ ଏବଂ ବିଭିନ୍ନ ଉଦ୍ୟୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଦ୍ୱାରା ଲାଭାର୍ଥୀମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ ।
    ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବାକୁ ସେ ନବରଙ୍ଗପୁରବାସୀଙ୍କୁ ଆହ୍ୱାନ ଦେଇଥିଲେ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି । ମୋଦିଜୀ ପୁଣି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଦେଶ ଓ ରାଜ୍ୟର ବିକାଶକୁ ଆଗେଇ ନେବେ ବୋଲି ଶ୍ରୀ ଶର୍ମା କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ବଳଭଦ୍ର ମାଝୀ, ରାଜ୍ୟ ସମ୍ପାଦକ ରମେଶ ସାହୁ, ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦିଶ୍ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.9 ° C
    35.9 °
    35.9 °
    30 %
    3kmh
    9 %
    Wed
    35 °
    Thu
    38 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ